୫୦୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଲାଇନ ମ୍ୟାନ କାଳୁ ଚରଣ ପଲାଇ…

add-all

ଫୁଲବାଣୀ -୧୮/୧୧ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିପିଏସଓ ଡିଏଲର ଲାଇନ ମ୍ୟାନ କାଳୁ ଚରଣ ପଲାଇ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ଶୁକ୍ରବାର ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ । ଲାଇନମ୍ୟାନ ପଲାଇ ଟିକାବାଲି ବ୍ଲକର ଛତିଝର ଗ୍ରାମର ରୀଙ୍କୁ ଭୁକ୍ତା ନାମକ ଜଣଙ୍କ ଠାରୁ ନୂତନ ବିଦ୍ୟୁତ ସଂଯୋଗ କରାଇଦେବାଲାଗି ଆଜି ରିଙ୍କୁଙ୍କ କିରାନା ଦୋକାନକୁ ଯାଇ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ସେଠାରେ ଲୁଚି କରି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ମାଡ଼ିବସିଥିଲେ ।ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବାସହ ଅଧିକ ତଦନ୍ତ ଜାରିରହିଥିବା ଫୁଲବାଣୀ ଭିଜିଲାନ୍ସ ଡି ଏସପି ଅରୁଣ କୁମାର ନାୟକ କହିଛନ୍ତି ।

ad-week
Leave A Reply

Your email address will not be published.