ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ମହିଳାଙ୍କୁ ଶୀତବସ୍ତ୍ର ବଣ୍ଟନ

add-all

ଛତ୍ରପୁର : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଉଳଗାଁ ପଂଚାୟତର ରୁକୁଣୀ ଗାଁ ରେ ଏକ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ୍ ର ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବଉଳ ଗାଁ ସରପଂଚ ପ୍ରତିମା ଦାସ, ସମିତିସଭ୍ୟ ରାମ ଚନ୍ଦ୍ର ପରିଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଶିକ୍ଷାବିତ୍ ସୋମନାଥ ସାହୁ, ବଉଳଗାଁ ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ପରିଡା, ଭ୍ରମରା ଦାସ, ସ୍ୱେଚ୍ଛାସେବୀ ଭିକା ଦାସ ପ୍ରମୁଖ ଉପସ୍ଥିତ ରହି ଗ୍ରାମର ୧୧ ଜଣ ଅସହାୟ ମହିଳାଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.