ପୌରପରିଷଦ ବିଚିତ୍ର ନୀତି ସରକାରୀ ଡ଼ଷ୍ଟବିନକୁ କବାଡି ହାତରେ ବିକିଲେ

add-all

ମାଲକାନଗିରି : ଗତକାଲି ରାତିରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଦର ମହକୁମା ଶିବମ ପେଟ୍ରୋଲ ପମ୍ପ ସମ୍ନାରେ । ଘଟଣାରୁ ପ୍ରକାଶ ପେଟ୍ରୋଲ ପମ୍ପ ମାଲିକ ମାଲିକ ପେଟ୍ରୋଲ ପୁମ୍ପ ସାମ୍ନାରେ ଥିବା ଡ଼ଷ୍ଟବିନ ଟି ପେଟ୍ରୋଲ ପମ୍ପର ସୌନ୍ଦର୍ଯ୍ୟ ହାନି କରୁଥିବା ଦର୍ଶାଇ ହଟାଇବା ପାଇଁ ପୌର ପରିଷଦକୁ କହିଥିଲେ। ପେଟ୍ରୋଲ ପମ୍ପର ମାଲିକ ଜଣକ ଶାସକ ଦଳର ସକ୍ରିୟ କର୍ମୀ ହୋଇଥିବାରୁ ତାଙ୍କ ଆଦେଶରେ ତତ୍କ୍ଷଣ ପୌର ପରିଷଦ ଉକ୍ତ ଡ଼ଷ୍ଟବିନ କୁ ସ୍ଥାନାନ୍ତରଣ କରିବା ବାହାନାରେ କବାଡି ବାଲାକୁ ହସ୍ତାନ୍ତର କରିଦେଲେ। ପରେ ପରେ ସ୍ଥାନୀୟ ଅଞ୍ଚଳର ଲୋକ ରାସ୍ତାଉପରେ ପଡିଥିବା କୁଢ଼ କୁଢ଼ ଆଳିଆକୁ ଦେଖି ଡ଼ଷ୍ଟବିନ କୁ ଖୋଜିବା କୁ ଲାଗିଥିଲେ କାରଣ ପେଟ୍ରୋଲ ପମ୍ପରେ ଥିବା ଡ଼ଷ୍ଟବିନ ରେ ସ୍ଥାନୀୟ ବାସିନ୍ଦା ,ମଦ ଦୋକାନ, ହୋଟେଲ ର ଆବର୍ଜନା ଜମା ହୋଇ ରହୁଥିବା ବେଳେ ଡ଼ଷ୍ଟବିନ ଉଭାନ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବ୍ୟାପିଥିଲା ଖବର ପାଇ କିଛି ସମାଜ ସେବୀ ପୌର ପରିଷଦକୁ ଯୋଗାଯୋଗ କରିବାରୁ ଜଣାପଡିଥିଲା ଯେ ପୋୖର ପରିଷଦ ଏହାକୁ ପୁରୁଣା ହୋଇଯାଇ ଥିବାରୁ କବାଡି ବାଲା ପାଖରେ ବିକ୍ରିକରିବା ପାଇଁ ମସୁଧା କରୁଥିଲା । ସ୍ଥାନୀୟ ବାସିନ୍ଦା ଏବଂ ସ୍ୱେଚ୍ଛାସେବୀ ଙ୍କ ଚାପ ପରେ ପୋୖର ପରିଷଦ ଦ୍ୱାରା କବାଡି ନିକଟରୁ ଡ଼ଷ୍ଟବିନ ଟିକୁ ଫେରାଇ ଅଣାଯାଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସରକାରୀ ସମ୍ପତ୍ତି କୁ କାହା ଅନୁମତିରେ ବିକ୍ରି କରାଯାଇ ଥିଲା ତାହାର ତଦନ୍ତ ହେବା ଜରୁରୀ । ନହେଲେ ଆଗକୁ ଏଭଳି ଅନେକ ସରକାରୀ ଜିନିଷ କବାଡି ଗୋଦାମକୁ ଚାଲିଯିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ad-week
Leave A Reply

Your email address will not be published.