
ମାଲକାନଗିରି : ମାଲକାନଗିରି ଆଜି ସଦର ମହକୁମା ନିକଟସ୍ଥ ହରଗୌରୀ ମନ୍ଦିର ନିକଟରେ ଏକ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖାଯାଇଛି । କୌଣସି ଅବାଞ୍ଛିତ ଗର୍ଭପାତ ହୋଇଥବା ଅନୁମାନ କରାଯାଉଅଛି, କିମ୍ବା କୁମାରୀ ମାତୃତ୍ୱ ର ଏହା ଏକ ନଗ୍ନ ଚିତ୍ର ହୋଇଥାଇପାରେ ବୋଲି ସନ୍ଧେହ ପ୍ରକଟ ହେଉଛି l ପୋଲିସ ତଦନ୍ତ ପରେ ସତ୍ୟତା ଜଣାପଡିବ ।ସୂଚନା ଥାଉକି କେନାଲ ନିକଟସ୍ଥ ରହୁଥିବା ଏକ ଦମ୍ପତ୍ତିଙ୍କ କହିବା ଅନୁଯାୟୀ ଆଜି ସକାଳେ କିଛି ଲୋକ ଜମାହୋଇ ଥିବା ବେଳେ ଉକ୍ତ ଶିଶୁର ମୃତ ଦେହ ପଡିଥିବା ଖବର ପାଇଥିଲେ ।ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ଓ ଚାଇଲଡ଼ ଲାଇନ ଘଟଣା ସ୍ଥଳରେ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।