ଏବିଭିପି ପକ୍ଷରୁ ଝାନ୍ସୀ ରାଣୀ ଜୟନ୍ତୀ ପାଳିତ

add-all

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଫୁଲବାଣୀ ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ଏହି ଝାନ୍ସୀରାଣୀ ଲକ୍ଷ୍ମୀ ବାଇଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଏବିଭିପି ତରଫରୁ ଆୟୋଜନ କରାଯାଇଥିଲା, ଯାହାକି ସଙ୍ଗୀତ, ନୃତ୍ୟ, ବକ୍ତୃତା, ଚିତ୍ରାଙ୍କନରେ କନ୍ଧମାଳ ଜିଲ୍ଲାର ପ୍ରତେକ କଲେଜ କ୍ୟାମ୍ପସରୁ ପ୍ରାୟ ୨୦୦ ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭାକୁ ଲୋକ ଲୋଚନକୁ ଆଣିଛନ୍ତି l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସିତ ନନ୍ଦ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋପୀନାଥ ରାଉତ ଏବଂ ସାମ୍ନାନୀତ ଅତିଥି ଭାବେ ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତି, ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଏବଂ କନ୍ଧମାଳ ଜିଲ୍ଲାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ରୁଦ୍ର ପ୍ରସାଦ ସେଠୀ ଏବଂ ଛାତ୍ରୀ ପ୍ରମୁଖ ତଅପୋଇ କହଁର ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଦର୍ଶ ବିଷୟରେ ନିଜର ଅଭିଭାଷଣ ରଖିଥିଲେ l

ad-week
Leave A Reply

Your email address will not be published.