ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

add-all

ଦାରିଙ୍ଗବାଡ଼ି, ୨୧/୧୧ : କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଆଜି ଦାରିଙ୍ଗବାଡ଼ିଠାରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତରୁ ବିଭିନ୍ନ ସମସ୍ୟା ନେଇ ୭୪ଟି ଅଭିଯୋଗ ଉପସ୍ଥାପନ ହୋଇଥିଲା। ହେଲେ ୪୧ଟି ସାମୁହିକ ଓ ୩୩ ବ୍ୟକ୍ତିଗତ ଅଭିଯୋଗ ଥିଲା। ସାମୁହିକ ଭାବେ ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ ଓ ସରାମୁଳି ପଞ୍ଚାୟତ ପୂର୍ବତନ ସରପଞ୍ଚ ଚନ୍ଦ୍ର ମୁଠାମାଝୀ ପଞ୍ଚାୟତ ରେ ଜିଓ ନେଟୱର୍କ ସ୍ଥାପନ ଏବଂ ତାମାଙ୍ଗିବାସୀ ନିଜ ଗାଁ ରେ ଜିଓ ନେଟୱର୍କ ନିର୍ମାଣ କରିବା, ବିଭିନ୍ନ ଗ୍ରାମରେ ରାସ୍ତା ନିର୍ମାଣ କରିବା , ସମିତି ସଭ୍ୟ ଓ ସରପଞ୍ଚ ମାନେ ବିଭିନ୍ନ ସମ୍ମୁହ ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଦେଇଥିଲେ । ଇନ୍ଦିରା ଆବାସ ଯୋଗାଇ ଦେବା, ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା, ବାର୍ଦ୍ଧକ୍ୟ ଭତା , ମୃତ୍ୟୁ ଆର୍ଥିକ ସହାୟତା, ଜମିପଟା ସଂଶୋଧନ ଏହି ଭଳି ବିଭିନ୍ନ ଅଭିଯୋଗର ଜିଲ୍ଲାପାଳ ଶୁଣାଣି କରି ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣିରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରବାଲ, ବାଲିଗୁଡ଼ା ଉପଜିଲ୍ଲାପାଳ ଏମ୍ ଏସ ମଧୁମିତା , ଏପିଡ଼ି ହରପ୍ରସାଦ ଭୋଇ, ପିଏଆଇଟିଡ଼ିଏ ମଧୁସୂଦନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ମନୋଜ କୁମାର ଉପାଧ୍ୟାୟ, ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ, ଥାନା ଅଧିକାରୀ କୌଶିକ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କର ସହ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣି ପରେ ହିଲଭିୟୁ ପାର୍କ, ଉଦ୍ୟାନ ବିଭାଗ ଦ୍ୱାରା ରୋପଣ କରାଯାଇଥିବା ଲିଚୁ ବଗିଚା ପରିଦର୍ଶନ କରିଥିଲେ। ଏହା ପରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଅଧିନସ୍ଥ କୁମ୍ଭାରୀପଦର ଗ୍ରାମର ଭୁସ୍ଖଳନ ହୋଇଥିବା ଅଞ୍ଚଳ ପରିଦର୍ଶନ କରି ଫେରିଥିବା ବିଡ଼ିଓ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.