ମହୁମାଛି ଆକ୍ରମଣରେ ୬୫ ବର୍ଷିୟ ବୃଦ୍ଧ ଗୁରୁତର

add-all

ଦାରିଙ୍ଗବାଡ଼ି,୨୧/୧୧ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଶ୍ରୀପଙ୍କା ଗ୍ରାମର ବୃଦ୍ଧ ପିର୍ସି ପ୍ରଧାନ(୬୫) ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଯେ ଗାଁ ନିକଟରେ ଥିବା ତେନ୍ତୁଳି ଗଛରେ ମହୁମାଛି ବସା ବାନ୍ଧି ରହିଥିଲା। ଗତକାଲି ଉକ୍ତ ମହୁମାଛି ବସାକୁ ଚିଲ ଆଘାତ କରିଥିବାରୁ ମହୁମାଛି ଆକ୍ରମଣ କରିବା ପାଇଁ ସେହି ଅଞ୍ଚଳରେ ଘୁରି ବୁଲୁଥିଲେ । ଆଜି ବୃଦ୍ଧ ପିର୍ସି ଗାଈ ବଳଦ ଚରାଇବା ପାଇଁ ସେହି ଅଞ୍ଚଳକୁ ନେଇଥିଲେ । ସେଠାରେ କିଛି ସମୟ ପରେ ହଠାତ ମହୁମାଛି ଗାଈ ବଳଦ ସହିତ ପିର୍ସିଙ୍କୁ କାମୁଡ଼ି ଥିଲେ। ଗାଈ ବଳଦ ଧାଇଁ ଥିଲେ, ପିର୍ସି ମଧ୍ୟ ଧାଇଁ ଥିଲେ। ହେଲେ ପିର୍ସିର ମୁଣ୍ଡ ଓ ବେକରେ କାମୁଡ଼ି ଥିବାରୁ ଗୁରୁତର ଅବସ୍ଥାରେ ଘରକୁ ଫେରି ଥିଲେ । ଘର ଲୋକ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରୁଥିବା ଜଣା ପଡ଼ିଛି ।

ad-week
Leave A Reply

Your email address will not be published.