ନଵନିଯୁକ୍ତ ଆୟୁଷ ଡାକ୍ତରମାନଙ୍କ ଛଅ ଦିନିଆ ତାଲିମ ଶିବିର

add-all

ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ଅଙ୍କୁଶପୁର ସ୍ଥିତ କବି ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜ ରେ ନଵନିଯୁକ୍ତ ଆୟୁଷ ଡାକ୍ତର ମାନଙ୍କ ଛଅ ଦିନିଆ ତାଲିମ ଶିବିର ଆଜିଠାରୁ ଆରମ୍ଭ ହୋଇଛି l ଧନ୍ନନ୍ତ୍ୱରୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି ତାଲିମ ଶିବିର ର ଉଦଘାଟନ କରାଯାଇଥିଲା l ବରିଷ୍ଠ ଡାକ୍ତର ସ୍ୱପ୍ନା ସ୍ୱୟମପ୍ରଭା ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଆକାଶବାଣୀ ର ଅବସର ପ୍ରାପ୍ତ କେନ୍ଦ୍ର ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ ମୁଖ୍ୟଅତିଥି ରୂପେ ଓ କଳିଙ୍ଗ ଟିଭି ର ଦକ୍ଷିଣ ଓଡିଶା ମୁଖ୍ୟ ପ୍ରକାଶ ପଟନାୟକ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ନିଷ୍ଠାର ସହ ଲୋକଙ୍କ ସେବା କରି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ତାଲିମ ପାଇଁ ଶିବିର ରେ ଯୋଗଦାନ କରିଥିବା ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ l ମେଡିକାଲ କଲେଜ ର ଅଧ୍ୟକ୍ଷ ପ୍ରଫେସର ଡ଼ଃ ବିପିନ ବିହାରୀ ଖୁଣ୍ଟିଆ ସ୍ୱାଗତ ଭାଷଣ ପ୍ରଦାନ ସହ ତାଲିମ ଶିବିର ର ତାତ୍ପର୍ଯ୍ୟ ବୁଝାଇଥିଲେ l ଏହି ଅବସରରେ ଡ଼ଃ ରାମ ଚନ୍ଦ୍ର ବେହେରା ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ସର୍ବଭାରତୀୟ ସ୍ତରରେ ଏହି ଶିକ୍ଷାନୁଷ୍ଠାନ କିପରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତାର ବର୍ଣନା କରିଥିଲେ l ଶେଷରେ ମେଡିକାଲ ର ଉପ ଅଧିକ୍ଷକ ଡ଼ଃ ବିମଲ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମ ପର୍ଯ୍ୟାୟ ର ଏହି ତାଲିମ ଶିବିରରେ 15 ଜଣ ଡାକ୍ତର ଯୋଗଦାନ କରିଛନ୍ତି l

ad-week
Leave A Reply

Your email address will not be published.