ଭ୍ରାମ୍ୟମାଣ ପ୍ରସବ ଯାନର ଶୁଭାରମ୍ଭ

add-all

ଦାରିଙ୍ଗବାଡ଼ି, ୨୨/୧୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ଗ୍ରାମ ପଞ୍ଚାୟତରେ ପ୍ରସବଜନିତ ସମସ୍ୟାକୁ ଦୂରକରିବା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଡେଲିଭେରି ଭ୍ୟାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ସମେତ ବାଲିଗୁଡା ଉପ ଜିଲାପାଳ ଏମ ଏସ ମଧୁମିତା ,ଏପିଡ଼ି ହରପ୍ରସାଦ ଭୋଇ, ପିଏଆଇଟିଡିଏ ମଧୁସୂଦନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ, ବ୍ଳକ୍ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ଗଦାଧର ପାତ୍ର, ତହସିଲଦାର ଡ଼ ଅଶୋକ କୁମାର ଦାସ, ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କର, ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା ଜାକେଶ ସାମନ୍ତରାୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.