ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଭୋଟର ସଂଶୋଧନ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ସଂଯୋଜନାରେ ଭୋଟ ତାଲିକା ସଂଶୋଧନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୮ ବୟସରୁ ଉର୍ଦ୍ଧ୍ୱ ବୟସ୍କ ଛାତ୍ରଛାତ୍ରୀ ମାନେ କିଭଳି ଆଗାମୀ ନିର୍ବାଚନ ରେ ସଠିକ୍ ଭୁମିକା ତୁଲାଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍‌, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଡେପୁଟି କଲେକ୍ଟର ଏମ୍‌. ପ୍ରମୋଦ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଗଣତନ୍ତ୍ରକୁ ସୁଦୃଢ କରିବାକୁ ହେଲେ ମତ ଦାନ ହେଉଛି ଏକ ମହତ କାର୍ଯ୍ୟ ବୋଲି ସେମାନେ କହିଥିଲେ । ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଏବଂ ନିର୍ଭୂଲ କରିବା ପାଇଁ ଡିଜିଟାଲ ସେବାରେ ଉପଯୋଗ କରିବା ସହ ନିଜ ନିଜ ମୋବାଇଲ ଫୋନ ମାଧ୍ୟମରେ ଆପ ବ୍ୟବହାର କରି ନିଜ ନିଜ ନାମକୁ ଭୋଟ ତାଲିକାରେ ଆଗେଇ ଆସିବା ଉଚିତ୍ ବୋଲି କୁହାଯାଇଛି । ଆପ ବ୍ୟବହାର ସମ୍ପର୍କରେ ମୋବାଇଲ ଫୋନ ମାଧ୍ୟମରେ ନାମ ପଞ୍ଜୀକରଣ କରିବା ଲାଗି ଛାତ୍ରଛାତ୍ରୀ ମାନଙ୍କୁ ଡେମୋ ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ୧୭ ବର୍ଷରୁ ଉର୍ଦ୍ଧ୍ୱ ବୟସର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଏହି ଆପ ସମ୍ପର୍କରେ ପଚାରି ବୁଝିବା ସହ ଡେମୋ ଦେଖିଥିଲେ ।

ad-week
Leave A Reply

Your email address will not be published.