ଖଣ୍ଡିୟ ବନାଧିକାରୀ ଙ୍କ ସଭାଗୃହ ଠାରେ ଦୁଇ ଦିନିଆ ସବୁଜ ବାହିନୀ (eco-club) କର୍ମଶାଳା ଆୟୋଜିତ…

add-all

ମାଲକାନଗିରି : ମାଲକାନଗିରି ଖଣ୍ଡିୟ ବନାଧିକାରୀ ଙ୍କ ସଭାଗୃହ ଠାରେ ଦୁଇଦିନିଆ ସବୁଜ ବାହିନୀ (eco club) କର୍ମଶାଳା ଆୟୋଜିତ ହୋଇଛି । ଉକ୍ତ କର୍ମଶାଳା କୁ ଖଣ୍ଡିୟ ବନାଧିକାରୀ ଶ୍ରୀ ପ୍ରତାପ କତାପାଲି ପ୍ରଦୀପ ପ୍ରଜ୍ଵଳନ କରି ଆରମ୍ଭ କରିଥିଲା ବେଳେ ସବୁଜ ବାହିନୀ ମାଷ୍ଟର ଟ୍ରେନର ଶ୍ରୀ ଦୁର୍ଯ୍ୟୋଧନ ପାତ୍ର ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ,ବିଲୁପ୍ତ ଜୀବଜନ୍ତୁ ବାବଦରେ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ପୃଥିବୀ ପୃଷ୍ଟରେ ହେବାକୁ ଥିବା ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ, ପ୍ଲାଷ୍ଟିକ ଆବର୍ଜନା ବର୍ଜ୍ଜନ ବାବଦରେ ଉପଦେଶ ମାନ ପ୍ରଦାନ କରିଥିଲେ । ଏହି ଦୁଇ ଦିନିଆ କର୍ମଶାଳାରେ ଦୁଇଟି ବ୍ଲକ୍ ର ପ୍ରାୟ ୧୦୦ରୁ ଉର୍ଦ୍ଧ ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଆଜିର ଏହି କର୍ମଶାଳାରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ବାସୁଦେବ ନାୟକ,ମାଲକାନଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ଜଗନ୍ନାଥ ବିଷୋୟୀ ପରିବେଶ କର୍ମୀ ଶ୍ରୀ ପ୍ରକାଶ ପଟ୍ଟନାୟକ, ସୀମାଞ୍ଚଳ ପଣ୍ଡା ସ୍ୱଚ୍ଛ।ସେବୀ, ଯୁବ ରେଡ଼କ୍ରସ ଆବାହକ,ତଥା ଅଧ୍ୟାପକ ଶ୍ରୀ ରଂଜନ କୁମାର ସ୍ୱାଇଁ ସୃଷ୍ଟି ଏନଜିଓର ଟିମ ଲିଡ଼ର ଶ୍ରୀନିବାସ ପାତ୍ର,ଜ୍ୟୋତି ପାଣିଗ୍ରାହୀ ଓ ଅନ୍ୟ କର୍ମଚାରୀ, ଅଂଶ ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.