ରଟିଙ୍ଗିଆ ପଞ୍ଚାୟତରେ ବିଶ୍ୱ ପାଇଖାନା ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରଟିଙ୍ଗିଆ ପଞ୍ଚାୟତ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିଶ୍ଵ ପାଇଖାନା ଦିବସର ସାପ୍ତାହିକ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମୀଣ ଜଳ ଯୋଗାଣ ଓ ସ୍ବଚ୍ଛତା କନିଷ୍ଠ ଯନ୍ତ୍ରୀ ନରେଶ କୁମାର ପ୍ରଧାନ, ସ୍ବେଚ୍ଛାସେବୀ ତଥା ମୋ ସ୍କୁଲ୍ ଅଭିଯାନ ସଭାପତି ହୃଷିକେଶ ପ୍ରଧାନ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବିଭିନ୍ନ ୱାର୍ଡର ସଭ୍ୟ ସଭ୍ୟା ମାନେ ଯୋଗଦେଇଥିଲେ। ଏହି ଦିବସର ମୂଳ ଉଦ୍ଦେଶ୍ୟ ଓ ପାଳନ ବିଷୟରେ ଶ୍ରୀ ପ୍ରଧାନ ବ୍ୟକ୍ତ କରିଥିବାବେଳେ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀମାନଙ୍କର ପରିଷ୍କାର ପରିଚ୍ଛନ୍ନ ଓ ସ୍ବଚ୍ଛତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ବାହ୍ୟ ମଳ ତ୍ୟାଗ ଓ ପାଇଖାନା ଅପରିଷ୍କାର ଫଳରେ ରୋଗାକ୍ରାନ୍ତ ହେଉଥିବା ଏବଂ ବର୍ତ୍ତମାନର ଡିଜିଟାଲ ଯୁଗରେ ଲଜ୍ଜ୍ୟା ନିବାରଣ କରିବା ପାଇଁ ବ୍ୟକ୍ତ କରିବା ସହିତ ଓ ବାହ୍ୟ ମଳ ମୁକ୍ତ ପାଇଁ ଶପଥ ଗ୍ରହଣ କରାଇଥିଲେ।

ad-week
Leave A Reply

Your email address will not be published.