ଗୁରୁକୂଳ ଇଣ୍ଟରନ୍ୟାସନାଲ ସ୍କୁଲ ଓ କଲେଜରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ…

add-all

ବ୍ରହ୍ମପୁର : ଗୁରୁକୂଳ ଇଣ୍ଟେରନ୍ୟାସନେଲ ସ୍କୁଲ ଓ କଲେଜର ଉପର ଶ୍ରେଣୀ ଛାତ୍ରଙ୍କ ଦ୍ୱାରା ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଶାରୀରିକ ଯୌନ ନିର୍ଯ୍ୟାତନା । ଗୋଷାଣୀନୂଆଗାଁ ଥାନାରେ କେସ୍ ଦର୍ଜ ହେଇଛି । ପିଡୀତ ଛାତ୍ରଙ୍କ ମା’ଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ପୂର୍ବତନ ଡୁରା ସରପଞ୍ଚ ମମତାମୟୀ ରଣା,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଯୁବ ନେତା ଶିବ ଶଙ୍କର ନାୟକ,କେ.ଟୁଙ୍ଗୁରୁ ପାତ୍ର,କର୍ପୋରେଟର୍ ବନିତା ସାହୁ,ବର୍ଷା ବିଦ୍ୟୁସ୍ମିତା,ଟୁଟୁନ୍ ପାତ୍ର,ପି.ରାଜେନ୍ଦ୍ର କୁମାର ପ୍ରମୁଖ ବିଜେପି ନେତୃବୢନ୍ଦ ଆଜି ଗୋଷାଣୀନୂଆଗାଁ ଥାନା ଆଇଆଇସି ଙ୍କୁ ସାକ୍ଷାତ କରି ଏହି କେସ୍ ଉପରେ ଆଲୋଚନା କରିଥିଲେ । ତଦନ୍ତ ଚାଲୁ ରହିଛି, ଡାକ୍ତର ରିପୋର୍ଟ ଆସିବାର ଅଛି । ଏହା ଉପରେ ଦୢଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ଗୋଷାଣୀନୂଆଗାଁ ଆଇଆଇସି କହିଛନ୍ତି । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରାଗିଂ କେସ୍ ଭଳି ଏହି କେସରେ ମଧ୍ୟ ବ୍ରହ୍ମପୁର ଏସ୍.ପି ତତ୍ପରତା ଦେଖାଇ ଦୋଷୀଙ୍କ ଉପରେ ଦୢଢ଼ କାର୍ଯାନୁଷ୍ଠାନ ନେବାକୁ ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି କହିଛନ୍ତି । ନଚେତ ଏହି କେସ୍ ନେଇ ବିଜେପି ରାଜ୍ୟପାଳଙ୍କୁ ଭେଟିବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ।

ad-week
Leave A Reply

Your email address will not be published.