ବୁଗୁଡ଼ା ବନାଞ୍ଚଳରେ ୭ ଟିକିଆ ହାତୀ ପଲ

add-all

ବୁଗୁଡ଼ା : ଫସଲ ଖାଇବାକୁ ତୟାର ହୋଇଗଲେଣି ହାତୀ l ପଞ୍ଚଭୂତି ସେକ୍ସନ ଅନ୍ତର୍ଗତ ସମଲେଇ ବିଟରେ ୩ ଦିନ ତଳେ ପାଞ୍ଚଟି ହାତୀ ଥିବା ବେଳେ ଗତକାଲି ଓଡ଼ଗାଁ ଅଞ୍ଚଳରୁ ଦୁଇଟି ହାତୀ ଆସି ଏହି ଦଳରେ ମିଶି ଥିବା ବନ ବିଭାଗ ସୂଚନା ଦେଇଛି l ଏହି ଦଳରେ ୨ ଅଣ୍ଡିରା,୩ ଛୁଆ ଓ ୨ ମାଈ ଥିବା ଜଣା ପଡିଛି l ଏବେ ଏହି ହାତୀ ପଲ ଫସଲ ଖାଇବା ଆରମ୍ଭ କରିଦେଲେଣି l ଏହି ହାତୀ ପଲ ସମଲେଇ ଆଖପାଖ ଅଞ୍ଚଳରେ କଦଳୀ ଓ କିଛି ଧାନ ଫସଲ ଖାଇ ନଷ୍ଟ କରିଥିବା ୩ ଜଣ ଚାଷୀ ଅଭିଯୋଗ କରିଥିବା ଜଣା ପଡିଛି l ଗତ ୧୩ ତାରିଖରେ ଫସଲ ଖାଇବାକୁ ଆସି ଶିକାରୀଙ୍କ ବିଦ୍ୟୁତ ଫାସରେ ପଡି ଗୋଟିଏ ଅଣ୍ଡିରା ହାତୀ ପ୍ରାଣ ହରାଇବା ଘଟଣାରେ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଥିବା ବେଳେ ବର୍ତ୍ତମାନ ହାତୀ ମୃତ୍ୟୁ ଏଡାଇବା ପାଇଁ ବନ ବିଭାଗ ପକ୍ଷରୁ ରାତ୍ରୀ ପହରା କଡାକଡ଼ି କରାଯିବା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ବନ ବିଭାଗ ସୂଚନା ଦେଇଛି l

ad-week
Leave A Reply

Your email address will not be published.