ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ନିର୍ବାଚନ ଅନୁଷ୍ଠିତ

add-all


ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ପଦାଧିକାରୀ ଓ କାଉନସିଲ ସଦସ୍ୟ ଚୟନ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ଯାଇଛି। ସାଧାରଣ ବୈଠକର ଅନୁମୋଦନ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ନଭେମ୍ବର ୨୩ ତାରିଖରେ ଭୋଟର ତାଲିକା ପ୍ରକାଶ ପାଇଥିଲା। ନଭେମ୍ବର ୨୫ ଓ ୨୬ ତାରିଖରେ ନିର୍ବାଚନ ପାଇଁ ନାମାଙ୍କନ କରାଯାଇଥିଲା। ୨୭ ନଭେମ୍ବରରେ ସମସ୍ତ ନାମାଙ୍କନକୁ ଯାଞ୍ଚ କରାଯାଇ ୨୮ ନଭେମ୍ବର ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ନଭେମ୍ବର ୨୯ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। କୌଣସି ପଦ ପାଇଁ ଏକାଧିକ ନାମାଙ୍କନ ହୋଇ ନ ଥିବାରୁ ଏକ ପ୍ରକାର ତାଲିକା ସ୍ପଷ୍ଟ ହୋଇଯାଇଥିଲା। ଆଜି ଡିସେମ୍ବର ୦୧ ତାରିଖରେ ଏହାର ବିଧିବଦ୍ଧ ଘୋଷଣା କରାଯାଇଥିଲା। ଏହି ବିଜ୍ଞପ୍ତି ଅନୁଯାୟୀ ସାଧାରଣ ସମ୍ପାଦକ ଭାବରେ ପ୍ରଭାତ କୁମାର ଭୋଳ, କାର୍ଯ୍ୟକାରୀ ସଭାପତି ଭାବରେ ଚିତ୍ତରଞ୍ଜନ ବହିଦାର,ସହ ସମ୍ପାଦକ ଭାବରେ ଜୟଦେବ ପାତ୍ର, କୋଷାଧ୍ୟକ୍ଷ ଭାବରେ ଦୁର୍ଗା ମାଧବ ନାଏକ , ଉପସଭାପତି ଭାବରେ ପୌଷ ଚନ୍ଦ୍ର ପଟେଲ୍,ଅଶ୍ଵିନୀ ଭୋଳ, ବିଭୂଦତ୍ତ ବେହେରା, ରାଧାମୋହନ ନାଏକ, ପ୍ରସନ୍ନ ବେହେରା, ବିମଳ କୁମାର ବୋଷ, ମେରି ଜନ୍ ବାଗେ, ଫୁଟବଲ୍ ସମ୍ପାଦକ ଭାବରେ ରାଜେନ୍ଦ୍ର ପଣ୍ଡା, କ୍ରିକେଟ୍ ସମ୍ପାଦକ ଭାବରେ ଶିଶିର ପଟେଲ୍, ଖେଳକୁଦ ସମ୍ପାଦକ ଭାବରେ ଅଜୟ କୁମାର ବହିଦାର, ହକି ସମ୍ପାଦକ ଭାବରେ ନିତ୍ୟ କୁମାର ବଳ, ଭଲିବଲ୍ ସମ୍ପାଦକ ଭାବରେ ପ୍ରସାଦ ନାଏକ, ବାସ୍କେଟବଲ୍ ସମ୍ପାଦକ ଭାବରେ ଅରୁଣ କୁମାର ସାହୁ, ଭାରୋତ୍ତଲନ ସମ୍ପାଦକ ଭାବରେ ବାସୁଦେବ ବାନାର୍ଜୀ, କବାଡି ସମ୍ପାଦକ ଭାବରେ ପ୍ରଶାନ୍ତ କୁମାର ପଟେଲ୍, ଟେନିସ ଓ ବ୍ୟାଡମିଣ୍ଟନ ସମ୍ପାଦକ ଭାବରେ ସୁରଜ୍ ଭାଇସାଲ, ଖୋଖୋ ସମ୍ପାଦକ ଭାବରେ ଅକ୍ଷୟ କୁମାର ନାଏକ,କାଉନସିଲ ସଦସ୍ୟ ଭାବରେ ପୂର୍ଣ୍ଣଚନ୍ଦ୍ର ରାଉତ, ସୁଶିଲ କୁମାର ପଟେଲ୍,ରବୀନ୍ଦ୍ର କୁମାର ରଣା, ରୋମାଞ୍ଚ ଭାଇଁସାଲ୍, ବିଶ୍ୱରଂଜନ ହୋତା, ବୀରମିତ୍ର କାଲୋ,ଜଗମୋହନ ରାଉତ, ଶ୍ୟାମ ନନ୍ଦନ ସହାୟ, ସଂଗ୍ରାମ କେଶୋରି ଦାସ, ମନୋଜ କୁମାର ସାହୁ, ଆଶିଷ କୁମାର ଦେ, ମନୋଜ କୁମାର ପଟେଲ୍ ଓ ସୁଶାନ୍ତ ବେହେରା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରକାଶଯୋଗ୍ୟ ଯେ ଏହି ପଦାଧିକାରୀ ଆସନ୍ତା ଚାରି ବର୍ଷ ପାଇଁ ସଂସଦର ପରିଚାଳନା ଦାୟିତ୍ବରେ ରହିବେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.