ଦାରିଙ୍ଗବାଡ଼ି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା…

add-all

ଦାରିଙ୍ଗବାଡ଼ି: ୦୨/୧୨, ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ବିଜ୍ଞାନ ,ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଥିଲା। ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁସାନ୍ତ କୁମାର ପ୍ରଧାନ, ଏବିଇଓ ସୁବାସିନି ଦିଗାଲ , ବ୍ଲକ ମଙ୍ଗଳ ଅଧିକାରୀ ବୁରୁ ମାଝୀ ପଡ୍ରା , ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନ, ସିମନବିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ବକ୍ତବ୍ୟ ରେ ଉତ୍ସାହିତ କରି ମେଳାକୁ ଅତିଥି ମାନେ ଶୁଭ ଉଦଘାଟନ କରିଥିଲେ । ଏଥିରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ୫୯ଟି ପ୍ରକଳ୍ପ ଆଣି ପ୍ରଦର୍ଶନ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମେଳାରେ ବୁଲିବା ସହ ପ୍ରକଳ୍ପ ବିଷୟରେ ପଚାରି ବୁଝିଥିଲେ । ଉକ୍ତ ୫୯ ଟି ପ୍ରକଳ୍ପ ମଧରୁ ୫ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମ ସମସ୍ତ ସିଆରସିସି ,ଶିକ୍ଷକ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.