ବ୍ରହ୍ମପୁର କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ : ଉପସ୍ଥିତ କନଷ୍ଟେବଳ ଙ୍କ ଉଦ୍ୟମ ରେ ବର୍ତିଲା ବଡ ଅଘଟଣ…

add-all

ବ୍ରହ୍ମପୁର : ବ୍ରହ୍ମପୁର କୋର୍ଟ ପରିସରରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ, କନଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଓ ଉଦ୍ୟମ ରେ ବର୍ତିଲା ବଡ ଅଘଟଣ। ତେବେ ଆତ୍ମହୁତି ଉଦ୍ୟମ କରିଥିବା ମହିଳା ଜଣକ ଗୋସାଇଁ ନୂଆ ଗାଁ ଅଞ୍ଚଲର ଝରଣା ସ୍ବାଇଁ ବୋଲି ଜଣା ପଡ଼ିଛି।ଆଜି ପୂର୍ବାହ୍ନ ଏଗାରଟା ସମୟରେ ପିଡ଼ିତା ଜଣକ ବ୍ରହ୍ମପୁର କୋର୍ଟ ପରିସରକୁ ଆସିଥିଲେ।ତେବେ ଏସ୍ଡ଼ିଜିଏମ କୋର୍ଟ କାର୍ଯ୍ୟ ଚାଲୁଥିବା ବେଳେ ମହିଳା ଜଣକ ହଠାତ କୋର୍ଟ ପରିସରରେ ପଶି ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ।ସେଠାରେ ଉପସ୍ଥିତ କନଷ୍ଟେବଳ ଜଣକ ମହିଳା ଙ୍କୁ କାବୁ କରିନେଇଥିଲେ।ଏଠାରେ ସୂଚନା ଥାଉକି ୨୦୨୦ ମସିହାରେ ମହିଳା ଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ସଦର ଥାନା ରେ ଅଭିଯୋଗ ହୋଇଥିଲା।ଏହି

ସଂକ୍ରାନ୍ତରେ ପୋଲିସ ଅଭିଯୁକ୍ତ ବପୁନି ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ତେବେ ଅଭିଯୁକ୍ତ ଜଣକ କିଛି ମାସ ତଳେ ବେଲ ରେ ଜେଲରୁ ମୁକୁଳି ଥିଲେ।ପୁଣି ମହିଳା ଙ୍କୁ ଅଭିଯୁକ୍ତ ଜଣକ ଅସାଦ ଆଚରଣ କରିବା ନେଇ ମହିଳା ଜଣଙ୍କ ଗୋସାଇଁନୂଆଗାଁ ଥାନା ରେ ଗତ ନଭେମ୍ବର ମାସରେ ଏକ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି।ଯାହାକୁ ନେଇ କେସ ନୁମ୍ବର 204/14.11.2022 ରେ ମାମଲା ପଞ୍ଜିକୃତ ହୋଇଛି ଯାହା ତଦନ୍ତ କୁ ଭିତ୍ତି କରି ପୋଲିସ ଭାରତୀୟ ପିଙ୍ଗଳ କୋର୍ଟ ଧାରା 307,354, 342,506,34 ଅନୁଯାଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ସେ ପୁଣି ଥରେ ବେଲ ରେ ଆସି ପୁଣି ପୀଡିତା କୁ ଖରାପ ଉଦେଶ୍ୟ ରଖି ହଇରାଣ କରୁଥିବା କୁ ନେଇ ପୀଡିତା ଅଭିଯୋଗ କରିଛନ୍ତି ବାରମ୍ବାର ଏହିପରି ମାନସିକ ଯନ୍ତ୍ରଣା ସହି ନପାରି ଏହି ପରି ପଦକ୍ଷେପ ନେଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଇଛି,ତେବେ ସେ ଆଜି କେଉଁ କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି ତାକୁ ତଦନ୍ତ କରୁଛି ପୋଲିସ…

ad-week
Leave A Reply

Your email address will not be published.