ନାରୀ ନିର୍ଯାତନା ଓ ବାଲ୍ୟ ବିବାହ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ

add-all

ଚିତ୍ରକୋଣ୍ଡା(୦୨/୧୨) : ଗତ ନଭେମ୍ବର ୨୫ ତାରିଖ ଠାରୁ ଡ଼ିସେମ୍ବର ମାସ ଦଶ ତାରିଖ ପର୍ଯ୍ୟନ୍ତ ଜାତୀୟ ମହିଳା ହିଂସା ନିରାକରଣ ଦିବସ ଅବସରରେ ମାଲକାନଗିରି ଜିଲ୍ଲାରୁ ବାଲ୍ୟ ବିବାହକୁ ନିଷେଧ ତଥା ରୋକିବାକୁ ଜିଲ୍ଲାର ସମସ୍ତ ବିଭାଗ ତରଫରୁ ଉଦ୍ୟମ ଜାରିରହିଥିବା ବେଳେ ମାଲକାନଗିରି ଜିଲ୍ଲା ପରିବର୍ତ୍ତନ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଚାଇଲଡ ଲାଇନ,ସଖି ଏବଂ ୱାନ ଷ୍ଟପ ସେଣ୍ଟର ମିଳିତ ଆନୁକୂଲ୍ୟରେ ବାଲ୍ୟ ବିବାହ ରୋକିବାକୁ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଚିତ୍ରକୋଣ୍ଡା ସରକାରୀ ଏସଏସଡ଼ି ବିଦ୍ୟାଳୟ ଠାରେ ଏକ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବାଲ୍ୟ ବିବାହକୁ ମାଲକାନଗିରି ଜିଲ୍ଲା ତଥା ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରୁ ନିଷେଧ ତଥା ରୋକିବାକୁ ପ୍ରୟାସ ହେଉଛି ସଚେତନତା l ଉକ୍ତ ଦୁଇ ଶିକ୍ଷା ଅନୁଷ୍ଠାନର କିଶୋରୀ ବାଳିକା ମାନଙ୍କୁ ବାଲ୍ୟ ବିବାହକୁ ନା ତଥା ନିଷେଧ ସମ୍ପର୍କରେ ସଚେତନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକା ମାନଙ୍କୁ ବାଲ୍ୟ ବିବାହ ଠାରୁ ଦୁରେଇ ରହିବା ତଥା ବାଲ୍ୟ ବିବାହ କରିବା ଦ୍ଵାରା ଘଟୁଥିବା ସମସ୍ୟା ଇତ୍ୟାଦି ସମ୍ପର୍କରେ ସଚେତନ କରାଯାଇଥିଲା l କିଶୋରୀ ବାଳିକା ତଥା ମହିଳା ମାନଙ୍କ ଉପରେ ଘଟୁଥିବା ହିଂସା, ନିର୍ଯ୍ୟାତନା, ପ୍ରତାରଣା ସମ୍ପର୍କରେ ସଚେତନ ସହ ବାଲ୍ୟ ବିବାହ ତଥା ଅନ୍ୟାନ୍ୟ ସମାଧାନ ନିମନ୍ତେ 1098 କୁ କଲ କରିବା ତଥା ମହିଳା ସୁରକ୍ଷା ନିମନ୍ତେ ଥିବା ଆଇନ,ତଥା ଦଣ୍ଡ ବିଧାନ ଧାରା ଉପରେ ଅବଗତ କରାଯାଇଥିଲା l ଏଥି ସହିତ ମହିଳା ମାନଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନା ଉପରେ ରୋକ ଲଗାଇବାକୁ ଚିତ୍ରକୋଣ୍ଡା ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସରକାରୀ ଏସଏସଡ଼ି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ଶିକ୍ଷୟିତ୍ରୀ ଲିପିକା ସାମନ୍ତରାୟ, ସବିତା ମାଡକାମୀ, ଗୀତାଞ୍ଜଳି ମହାରଣା, ଜାନକୀ ପ୍ରଧାନ ସହଯୋଗ କରିଥିବା ବେଳେ ଉକ୍ତ ସଚେତନ କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ସଂଯୋଜିକା ସରତାଜ ବାନୋ ଏବଂ ବାସନ୍ତୀ ପରିଡ଼ା ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.