
ବ୍ରହ୍ମପୁର : ଆଜିର ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆଇଏସଆରଡ଼ି – ୱାନଷ୍ଟପ ସେଣ୍ଟର (ସଖୀ) ତରଫରୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କୁକୁଡାଖଣ୍ଡି ଠାରେ ମହିଳା ଏବଂ ବାଳିକା ହିଂସା ମୁକ୍ତ କର୍ମଶାଳା ଆୟୋଜିତ ହୋଇଥିଲା । କୁକୁଡା ଖଣ୍ଡି ବ୍ଲକ ତହସିଲଦାର ଶ୍ରୀମତୀ କଲ୍ୟାଣୀ ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉକ୍ତ କାର୍ଯ୍ୟ କ୍ରମକୁ ଶୁଭାରମ୍ଭ କରିଥିଲେ ଏବଂ ମହିଳା ହିଂସା ମୁକ୍ତ ସମାଜ ଗଠନ ଉପରେ ଉଚ୍ଚକୋଟିର ମତ ପ୍ରକାଶ କରିଥିଲେ । ଆମେ ସମସ୍ତେ ମିଳିତ ଭାବେ କାମ କରିବା ସହିତ ନାରୀପ୍ରତି ହେଉଥିବା ହିଂସା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ହିଂସାକୁ ବନ୍ଦ କରିବା । ଏବଂ ସମ୍ମାନିତ ଅତିଥି ସିଡ଼ିପିଓ କୁସୁମ ସାହୁ କିଶୋରୀ ବାଳିକା ମାନଙ୍କ ପାଇଁ ସରକାରୀ ବ୍ୟବସ୍ଥା ଉପରେ ଆଲୋକ ପାତ କରିଥିଲେ। ମହିଳା ପ୍ରତି ହେଉଥିବା ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ପାଇଁ ଆହ୍ଵାନ କରିଥିଲେ । ଛାତ୍ରୀ ନିବାସ ପରିଚାଳିକା ଶ୍ରୀମତୀ ସୁରେଶୀ ତ୍ରିପାଠୀ ଏବଂ ପରିଦର୍ଶିକା ଶ୍ରୀମତୀ ପ୍ରତିଭା ମହାନ୍ତି, ଗୋଷ୍ଟୀ ସ୍ତରୀୟ ଶିକ୍ଷାଧିକାରୀ ହରେକୃଷ୍ଣ ଗୌଡ ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପତ୍ୟୁଷ କୁମାର ଦାଶ, ୱାନ ସ୍ଟପ ସେଣ୍ଟର (ସଖୀ) ପରିଚାଳିକା ଶ୍ରୀମତୀ ମହେଶ୍ଵତା ପାଢୀ ସଖୀ ଦେଉଥିବା ଆଇନ ଗତ ପରାମର୍ଶ ଦେବା ବିଷୟରେ ବୁଝାଇଥିଲେ । ଏହା ବ୍ୟତିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଶିଶୁ ମାନଙ୍କ ନାଚ ଗୀତ ଆସର ସଭାକୁ ଆକର୍ଷିତ କରିଥିଲା । ୱାନ ସ୍ଟପ ସେଣ୍ଟର (ସଖୀ)ର ଅନ୍ୟ କର୍ମକର୍ତ୍ତା ମିଳିତ ସହଯୋଗ କରିଥିଲେ ଯଥା ସ୍ନେହମୟୀ ପାଢୀ , ଅରୁଣୀ ନାୟକ ଏବଂ ଲିପିକା ଜେନା ତଥା ଚାଇଲ୍ଡଲାଇନ କର୍ମକର୍ତ୍ତା ଗୋପାଳ କୃଷ୍ଣ ଦଳବେହରା ଓ ବଲରାମ ମଲ୍ଲିକ ପରିଚାଳନା କରିଥିଲେ ।