ଜିଲ୍ଲାସ୍ତରୀୟ ଚୁନାବ ପାଠଶାଳା ଗଠନ ପାଇଁ ଵକୃତା ପ୍ରତିଯୋଗିତା

add-all

ମାଲକାନଗିରି : ଜିଲ୍ଲାପ୍ରଶାସନ ତରଫରୁ ଚୁନାବ ପାଠଶାଳା ଗଠନ ଉପଲକ୍ଷେ ଏକ ଵକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଆଜି ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଏକ ନିରାତମ୍ବର ପୂର୍ଣ୍ଣ ଉତ୍ସବ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ । ମୁଖ୍ୟ ଅତିଥି ରୂପେ ଅଜୟ କୁମାର ମାଣ୍ଡ।ଙ୍ଗୀ ଯୋଗଦାନ କରି ଚୁନାବପାଠଶାଳା ଗଠନର ଉଦ୍ଦେଶ୍ୟ ଓ ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ପ୍ରତୀକ୍ଷ ତତ୍ୱବଧାନରେ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଜିଲ୍ଲା ଯୁବ ରେଡ଼ କ୍ରସ ର ଆବାହକ ତଥା ସମ୍ପଦନ ପରିଚାଳନା କରିଥିଲେ।ଏହି ସଭାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ ସୁଶାନ୍ତ କୁମାର ମାଝୀ,ଜାତୀୟ ସେବା ସଂସ୍ଥା ଅଧିକାରୀ ପ୍ରମିଳା କୁମାର ମହାନ୍ତି ଙ୍କ ସମେତ ଏନ.ସି.ସି ବାହିନୀ ଏନ, ଏସ୍, ଏସ୍ ସ୍ବେଚ୍ଛାସେବୀ ଓ ଯୁବ ରେଡ଼ କ୍ରସ ସ୍ବେଚ୍ଛାସେବୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ସଭାରେ ଅନୁଷ୍ଠିତ ।ପ୍ରତିଯୋଗିତାରେ ବିଶ୍ୱ ପ୍ରଜ୍ଞା ପ୍ରିୟ ଦର୍ଶନୀ ପ୍ରଥମ ରାନୀ ଜୈନ ଦ୍ୱିତୀୟ ଓ ତରୁଣ ଦାଣ୍ଡପତି ତୃତୀୟ ସ୍ଥାନରେ ଅଧିକାରୀ କରି ମୁଖ୍ୟ ଅତିଥିଙ୍କ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ।ଏହି ଅବସରରେ ଏନ ସି ସି ବାହିନୀ ର ଲକିନାଥ କୀର୍ସାନି ଜାତୀୟ ସ୍ତରରେ ଭାରତୀୟ ବାୟୁ ସେନା ଆଗ୍ରାସ୍ଥିତ ବେସ କ୍ୟାମ୍ପରେ ପରାଚାତିଙ୍ଗ ରେ ଓଡ଼ିଶା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ମାଲକାନଗିରି ପାଇଁ ଗର୍ବ ଆଣିଥିବାରୁ ଅତିଥିଙ୍କ ଦ୍ୱାରା ପୁଷ୍ପମାଲ୍ୟ ସହିତ ମାନପତ୍ର ପ୍ରଦାନ କରାଯାଥିଲା।ଏହି ସଭାରେ ଅଧ୍ୟ।ପକ ଗୌତମ ନାୟକ, ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.