ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଅଚାନକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

add-all

ଦାରିଙ୍ଗବାଡ଼ି,୩/୧୨ : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଅତର୍କିତ ଭାବେ ବ୍ଲକ ପ୍ରଶାସନ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ତହସିଲଦାର ଡା.ଅଶୋକ କୁମାର ସାହୁ ଏବଂ ଥାନା ଅଧିକାରୀ କୌସିକ ମାଝୀ ପରିଦର୍ଶନରେ ପହଞ୍ଚି ଥିଲେ । ବିଭିନ୍ନ ସମସ୍ୟା ଓ ସୁବିଧା ସମ୍ପର୍କରେ ରୋଗୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପୂର୍ବରୁ ବିଭିନ୍ନ ସମସ୍ୟା ଲାଗି ରହିଥିବା ନେଇ ସାଧାରଣରେ ଦାବି ହୋଇଥିବା ସାମ୍ନାକୁ ଆସିଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିମାସରେ ନିୟମିତ ପରିଦର୍ଶ କରି ଲୋକଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ବ୍ଳକପ୍ରଶାସନକୁ ନିର୍ଦ୍ଦେଶ ରହିଛି । ଏହା ଫଳରେ ବିଭିନ୍ନ ସମସ୍ୟା ଦେଖି ବୁଝିବା ସହ ଏହାର ତୁରନ୍ତ ଦୂରୀକରଣ କରିବା ପାଇଁ ପ୍ରଚେଷ୍ଠା ଜାରି ରଖିଛନ୍ତି ବ୍ଲକ ପ୍ରଶାସନ। ସାଧାରଣତଃ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ସମସ୍ୟା କହିଲେ ରୋଗୀ ମାନେ ଉଚିତ୍ ଭାବେ ଚିକିତ୍ସିତ ହେଉଛନ୍ତି କି ନାହିଁ, ରୋଗୀ ମାନଙ୍କୁ ବେଡ୍ ମିଳୁଛି କି ନାହିଁ, ରୋଗୀ ମାନଙ୍କୁ ଉଚିତ୍ ପୋଷ୍ଟିକର ଖାଦ୍ୟ ମିଳୁଛି କି ନାହିଁ, ରୋଗୀ ମାନଙ୍କ ପାଇଁ ଶୌଚାଳୟ ନିୟୋଜିତ ଅଛି କି ନାହିଁ ଏହି ସବୁ ବିଷୟ ତଦାରଖ କରିବା ସହ ମେଡିକାଲ୍ ଚତୁର୍ପାର୍ଶ୍ଵରେ ଥିବା ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନର ଏହି ଭଳି କାର୍ଯ୍ୟକୁ ନେଇ ସାଧାରଣରେ ଅଞ୍ଚଳ ବାସି ଖୁସି ବ୍ୟକ୍ତ କରିଛନ୍ତି।

ad-week
Leave A Reply

Your email address will not be published.