ଫଲଗୁ ସାହିତ୍ୟ ସଂସଦ ତରଫରୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି…

add-all

ବ୍ରହ୍ମପୁର :ଫଲଗୁ ସାହିତ୍ୟ ସଂସଦର ବରିଷ୍ଠ ଉପଦେଷ୍ଟା ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମୃତି ଚାରଣ ସଭା ରେ ବହୁ ବରିଷ୍ଠ ଶିକ୍ଷାବିତ୍ କବି ଲେଖକ ଗବେଷକ ଏବଂ ଅଧ୍ୟାପକ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ଜୀବନ ବ୍ଯାପି ସାଧନା ଏବଂ ତାଙ୍କର କୃତି କୀର୍ତ୍ତି ଓଡ଼ିଆ ଭାଷା  ସାହିତ୍ୟ ସଂସ୍କୃତି ଓ ସଂସ୍କୃତ ଉପାସନା ପ୍ରଫେସର ଆଚାର୍ଯ୍ୟ ଙ୍କୁ ସ୍ମରଣୀୟ କରି ରଖିବ ବୋଲି କହିଥିଲେ। ଗବେଷଣା ଅଧ୍ୟାପନା ଏବଂ ସାହିତ୍ୟ ସାଧନା କ୍ଷେତ୍ର ରେ ତାଙ୍କର ଅବଦାନ ଚିର ବନ୍ଦନୀୟ।  ସରସ୍ୱତୀ ଙ୍କ ଅପାର କରୁଣା ରୁ ସେ ତାଙ୍କର ସମଗ୍ର ଜୀବନ ସାହିତ୍ୟ ସାଧନାରେ ସମର୍ପଣ କରି ନିରବଚ୍ଛିନ୍ନ ଭାବେ ତପସ୍ୱୀ ସମାନ ଜୀବନ ଅତିବାହିତ କରିଯାଇଛନ୍ତି। ସେ ଯୁଗଜୟୀ ସ୍ରଷ୍ଟା ପ୍ରଜ୍ଞା ମଣିଷ ପରି ମଣିଷ। ଉଦାର ଶାନ୍ତ ସ୍ବଭାବ ଦ୍ବାରା ସେ ଗୁରୁ ସହକର୍ମୀ ଗବେଷକ ଙ୍କ ପ୍ରିୟ ମଣିଷ ଥିଲେ। ଆଜିର ଏହି  ଶ୍ରଦ୍ଧାଞ୍ଜଳି ସଭା ଫଲଗୁ ସାହିତ୍ୟ ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ତୌଧୁରୀଙ୍କ ସଭାପତିତ୍ବ ରେ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ଙ୍କ ସଂଯୋଜନା ରେ  ଅନୁଷ୍ଠିତ ହୋଇଥିଲା।


ସଂସଦର କାର୍ଯ୍ଯକାରୀ ସଭାପତି ପ୍ରଫେସର ମେଜର ରମାରମଣ ପାଢ଼ୀ ଉପଦେଷ୍ଟା ପ୍ରଫେସର ବ୍ରଜମୋହନ ଶାସମଲ ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ପ୍ରଫେସର ସନ୍ତୋଷ କୁମାର ଦାଶ ଡ ବିଦ୍ୟୁତ ପ୍ରଭା ସାହୁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଡ କୁଳମଣି ଓଝା ଡ ପ୍ରଫୁଲ କୁମାର ମହାନ୍ତି ସୁରେଶ କୁମାର ମହାପାତ୍ର ଡ ସୁଚନା ପାଢ଼ୀ  ପ୍ରମୋଦ କୁମାର ପଣ୍ଡା ,ଅମିତା ମିଶ୍ର ,ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ପ୍ରଧ୍ୟାପକ ରମେଶ ଚରଣ ତ୍ରିପାଠୀ , ପଦ୍ମିନୀ ମିଶ୍ର ଦୀନବନ୍ଧୁ ଶ୍ରୀ ପଲ୍ଲବ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ସ୍ମୃତି ଚାରଣ କରିଥିଲେ ଏହି ପରିପେକ୍ଷୀ ରେ ଭଗବତ ଗୀତା ପାଠ ଏବଂ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା

ad-week
Leave A Reply

Your email address will not be published.