
ଦାରିଙ୍ଗବାଡ଼ି (୪/୧୨) : ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବିଡିଓ ଗଦାଧର ପାତ୍ର,ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସିନ ଦିଗାଲ, ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚାରୁସିଳା ମଲିକ, ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଥିଲେ । ବିଭିନ୍ନ ବିଦ୍ୟାଳୟର ଦିବ୍ୟିଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇ ଥିଲେ । ଅତିଥି ମାନେ ତାଙ୍କ ବକ୍ତବ୍ୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ ସଂଯୋଜନା କରିଥିଲା ବେଳେ ସମ୍ବଳ ଶିକ୍ଷକ ମାନସ ଷଡ଼ଙ୍ଗୀ ଓ ରଶ୍ମିତା ସେନାପତି ସହଯୋଗ କରିଥିଲେ । ଏହି ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଧାୟକ ଗୋଷ୍ଠୀ ଅନ୍ତର୍ନିବେଶୀ ସାଧନା ଶିକ୍ଷା କେନ୍ଦ୍ର ଓ ଶୌଚାଳୟ ଲୋକାର୍ପଣ କରିଥିଲେ ।