
ଚିକିଟି — ଚିକିଟି ବ୍ଲକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୃଷ୍ଣପୁର ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ ପଣ୍ଡାଙ୍କ ପୌରହିତ୍ୟରେ ଚିକିଟୀ ବ୍ଲକ ସ୍ତରୀୟ ବିଜ୍ଞାନ , ଗଣିତ ଏବଂ ପରିବେଶ ବିଜ୍ଞାନ ମେଳା ୨୦୨୨/୨୩ ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚିକିଟୀ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହଳଧର ଶବର, , ସମ୍ମାନିତ ଅତିଥି ଭାବେ କେ. ନୂଆଗାଁ ସରପଞ୍ଚ ଶ୍ରୀ ମହେନ୍ଦ୍ର ନାଥ ପ୍ରଧାନ , ସମିତି ସଭ୍ୟ ଶ୍ରୀମତୀ ମାଳତୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ସମ୍ପ୍ରତି ସମାଜ ରେ ବିଜ୍ଞାନ ର ଭୂମିକା ସମ୍ପର୍କରେ ପିଲାଙ୍କୁ ବୁଝେଇ ଥିଲେ । ଏହି ମେଳାରେ ଚିକିଟି ବ୍ଲକର ସମସ୍ତ ସାଧନକେନ୍ଦ୍ର ସଂଯୋଜକ ଏବଂ ଶିକ୍ଷକ ସଂଘ ଯୋଗ ଦେବା ସହିତ ସର୍ବମୋଟ ୮୨ ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ୪ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା । ସାମନ୍ତିଆପଲ୍ଲୀ ମହାବିଦ୍ୟାଳୟର ଦୁଇଜଣ ଅଧ୍ୟାପକ ବିଚାରକ ଙ୍କ ଦାୟୀତ୍ଵ ବହନ କରିଥିଲେ । ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ ପଣ୍ଡା ଙ୍କ ପୌରହିତ୍ୟ ରେ ଚିକିଟୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଆପନା ସେଠି ମୁଖ୍ୟ ଅତିଥି , ଶ୍ରୀ ମଦନ ମୋହନ ରଥ ପ୍ରଧାନ ଶିକ୍ଷକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୃଷ୍ଣପୁର ମୁଖ୍ୟବକ୍ତା, ଉଭୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୀମାଞ୍ଚଳ ପଣ୍ଡା , ଶ୍ରୀ ନିଗମାନନ୍ଦ ପଣ୍ଡା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରି ଉତ୍ସାହିତ କରିଥିବା ସ୍ଥଳେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କରବାଲୁଆ ସାଧନା କେନ୍ଦ୍ର ସଂଯୋଜିକା ଶ୍ରୀମତୀ ସଂହିତା ମହାନ୍ତି ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।