୧୨ତମ ଜାତୀୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ଓଡ଼ିଆ ଓ ଓଡ଼ିଶା ର ସ୍ୱାଭିମାନ କୁ ବଜାୟ ରଖିବାକୁ ସମସ୍ତ ଓଡ଼ିଆ ସଂଗଠନ ଗୁଡ଼ିକ ଗୋଟିଏ ମଞ୍ଚ ରେ ଏକତ୍ରିତ ହୋଇ ସ୍ବାର୍ଥ ବିହୀନ ସଂଗ୍ରାମ କଲେ ଆମ ସାହିତ୍ୟ, ସଂସ୍କୃତି, ପରମ୍ପରା, କ୍ରୀଡା,ପର୍ଯ୍ୟଟନ, ଲୋକ କଳା, କୁଟୀର ଶିଳ୍ପ, କୃଷିଜାତସାମଗ୍ରୀ କୁ ବିଶ୍ଵ ବ୍ୟାପୀ କରାଯାଇ ପାରିବ। ଓଡ଼ିଆ ମାନେ ଦେଶ ବିଦେଶରେ ସବୁ କ୍ଷେତ୍ରରେ ବଡ଼ ବଡ଼ ପଦବୀରେ ଅଧିଷ୍ଠିତ ହୋଇ ଓଡ଼ିଶା କୁ ଗର୍ବିତ କରିଥିବାବେଳେ ଉପଯୁକ୍ତ ପ୍ରୋତ୍ସାହନ ଓ ସହୋଜଗ ଅଭାବରୁ ଆହୁରି ଆଗକୁ ବଢିବା ରେ କଷ୍ଟକର ହୋଇ ପଡୁଛି। ସମୟ ଆସିଛି ଦଳମତ ,ପେଶା ଓ ନିଜ ସଂଗଠନ କୁ ଭୁଲି ସମସ୍ତେ ଏକ ମଞ୍ଚରେ ସାମିଲ ହୋଇ ମା, ମାଟି ଓ ମାତୃଭାଷା ନିମନ୍ତେ କାର୍ଯ୍ୟ କରିବା ବୋଲି ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ନୂଆ ଦିଲ୍ଲୀ ପକ୍ଷରୁ ଜାନୁୟରୀ ମାସରେ ମହାସମାରୋହରେ ଆୟୋଜିତ ହେବାକୁଥିବା ୧୨ତମ ଜାତୀୟ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ପ୍ରସ୍ତୁତି ବୈଠକରେ ବିଶିଷ୍ଟ ସମାଜସେବୀ ତଥା ପ୍ରତିଷ୍ଠାନ r ମୁଖ୍ୟ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ସାବତ ଆହ୍ବାନ ଦେଇଛନ୍ତି। ସମ୍ମିଳନୀରେ ୫୦୦ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେବା ସହ ଓଡ଼ିଶାର ବିକାଶ ସମ୍ପର୍କିତ ଆଲୋଚନା ହେବ। ଓଡ଼ିଶା ସଂସ୍କୃତି ପରମ୍ପରା ପର୍ଯ୍ୟଟନ ଶିଳ୍ପ ଓ ମହାପୁରୁଷ ଙ୍କ ଅବଦାନ କୁ ନେଇ ସ୍ମରଣିକା ପ୍ରକାଶ କରାଯିବା ।ମା, ମାଟି, ମାତୃଭାଷା ତଥା ସମାଜ ନିମନ୍ତେ ଉତ୍ତମ ସେବା ନିମନ୍ତେ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ ସହ ପ୍ରଥମ ବିଶ୍ଵ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ କରାଯିବ। ଏହାକୁ ସାକାର କରିବା ନିମନ୍ତେ ବିଭିନ୍ନ ବ୍ଲକ ଜିଲ୍ଲା ଓ ଅନ୍ୟାନ୍ୟ ରାଜ୍ୟ ସଂଯୋଜକ ଶୀଘ୍ର ଗଠନ କରାଯିବ।ହୋଟେଲ ଗାୟତ୍ରୀ ସମ୍ମିଳନୀ ପ୍ରୋକଷ୍ଟ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଶ୍ରୀ ସାବତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଥିଲା। ଶ୍ରୀ ସଞ୍ଜୟ ମାଝୀ, କେ ବଳରାମ ଦାସ, ହରି କୃଷ୍ଣ ମିଶ୍ର, ଭୁନେଶ୍ବର ଚୌଧୁରୀ, ରବି ଗୁପ୍ତା, ବୁଚି ବାବୁ, ପ୍ରସାନ୍ତ ପାତ୍ର, ସୋମିକ ସାହୁ, ଶ୍ରୀମତୀ ଦେବିପ୍ରଭା ରଥ, ଶ୍ରୀମତୀ ବିନିତି ପାତ୍ର, ଶ୍ରୀମତୀ ନମିତା ରାଉତ, ଶ୍ରୀମତୀ ସୌଭାଗିନି ମଲ୍ , ଶ୍ରୀମତୀ ରଙ୍ଗ ଲତା, ଶ୍ରୀ ପ୍ରକାଶ ଭାଜନି, ଶ୍ରୀ ସତ୍ୟନ୍ଦ୍ର ସ୍ବାଇଁ, ମହେନ୍ଦ୍ର ବେହେରା, ପ୍ରକାଶ ପାତ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.