ହିଞ୍ଜିଳିକାଟୁ ରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ…

add-all

ହିଞ୍ଜିଳିକାଟୁ ୫।୧୨ ହିଞ୍ଜିଳିକାଟୁ ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ ଆଦର ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସହରର ଏନ ହେଚ ୫୯ ବଈଂଚବଣିଆ ଛକଠାରୁ ଆରମ୍ଭ କରି ରଜାସାହି ଛକ,ବିଜୁପଟ୍ଟନାୟକଛକ,ମୁନିସୀପାଲଟି କାର୍ଯ୍ୟାଳୟ ସମ୍ମୁଖରେ ବସଷ୍ଟାଣ୍ଡ, କଲେଜରୋଡ ଓ ଆର ଏମସି ଛକ ରେ ମଧ୍ୟ ମାଳ ମାଳ ଫାଷ୍ଟ ଦୋକାନ ଫୁଡ ଗଢି ଉଠିଛି। ବିଶେଷକରି କୋଭିଡ୍‌ ମହାମାରୀ ପରେ କଟକଣା କୋହଳ ହେବାରୁ ଅଧିକ ମାତ୍ରାରେ ଫାଷ୍ଟଫୁଡ ଦୋକାନ ସଂଖ୍ୟା ବୃଦ୍ଧି ପାଇଛି। ଯେଉଁଠାରେ ସନ୍ଧ୍ୟା ହେବା ମାତ୍ରେ ଆମିଷ ଓ ନିରାମିଷ ସୁଆଦିଆ ଖାଦ୍ୟ ପଦାର୍ଥ ବିକ୍ରି ହେଉଛି। ଯେଉଁଠାରେ ପୂର୍ବାହ୍ନ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନ ଓ ବିଳମ୍ବିତ ରାତ୍ରି ଯାଏ ଖାଦ୍ୟ ପଦାର୍ଥ ବିକ୍ରି ହୋଇଥାଏ। କିନ୍ତୁ ଏହି ଖାଦ୍ୟ ପଦାର୍ଥ କେତେ ସୁରକ୍ଷିତ ଏହା ପରିଷ୍କାର ପରିଚ୍ଛନତା ମଧ୍ୟରେ ପ୍ରସ୍ତୁତ କରାଯାଉଛି କି ନାହିଁ ସେ ବିଷୟରେ ସହରବାସୀ ଅଜ୍ଞ ରହିଛନ୍ତି। ଫଳରେ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଥିବା ଫାଷ୍ଟଫୁଡ ପ୍ରେମୀ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି ଫାଷ୍ଟ ଫୁଡ ସେଣ୍ଟର ଗୁଡିକରେ ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରରେ କେତୋଟି ଫାଷ୍ଟ ଫୁଡ୍‌ ଦୋକାନ ରହିଛି ତଥ୍ୟ ସହ ଖାଦ୍ୟ ମଧ୍ୟ ଯାଞ୍ଚ ହେଉ ନ ଥିବାରୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଉଛନ୍ତି। ଏଥିସହ ଖାଦ୍ୟ ଦ୍ରବ୍ୟକୁ ଆକର୍ଷିତ କରିବା ନିମନ୍ତେ ରାସାୟନିକ ନାଲି ରଙ୍ଗ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି।
ବ୍ୟବସାୟୀମାନେ ଅଧିକ ବେପାର ଆଶାରେ ଏହି ସବୁ ରାସାୟନିକ ଉପାୟ ଅବଲମ୍ବନ କରୁଥିବା ବେଳେ ତାହା ଖାଦ୍ୟ ପ୍ରେମୀଙ୍କ ପାଇଁ ବିଷାକ୍ତ ପାଲଟିଛି। ।ସୋମବାର ପୂର୍ବାହ୍ନରେ ଖାଦ୍ୟ ପଦାର୍ଥ ଗୁଡିକ ଯାଞ୍ଚ ନିମନ୍ତେ ଖାଦ୍ୟ ସୁରକ୍ଷା ବିଭାଗ ବ୍ରହ୍ମପୁର ରୁ ଏକ ଟିମ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିଷରରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଯାଂଚ କରିଵା ପରେ ଖାଦ୍ୟ ସାମ୍ପୁଲ ନେଇ ମାନ ନିରୂପଣ ନେଇ ବ୍ରହ୍ମପୁର ଫେରିଛନ୍ତି। କେବେ ବି କୌଣସି ଅଧିକାରୀ ସହରରେ ଖାଦ୍ୟ ଯାଞ୍ଚ କରୁ ନାହାନ୍ତି। ସହରର ଛତୁ ଫୁଟିଲା ଭଳି ଫାଷ୍ଟ ଫୁଡ ଗଢି ଉଠିଥିବା ଅଭିଯୋଗ ହୋଇଛି। ଏ ନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ନିନ୍ମୟ ପାଢି ଙ୍କ ସହ ଟିମ , ଆଗାମୀ ଦିନରେ ଫାଷ୍ଟ ଫୁଡ ଗୁଡିକରେ ଖାଦ୍ୟ ଯାଞ୍ଚ ହେବା ନେଇ ଯୋଜନା ରହିଛି। ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପାଢୀ କହିଛନ୍ତି।

ad-week
Leave A Reply

Your email address will not be published.