ହୋମଗାର୍ଡ ବାର୍ଷିକ ଉତ୍ସବ ରେ ଅସହାୟ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ…

add-all

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା କ୍ରମେ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ଦିବସ ଟିକୁ ଶୃଙ୍ଖଳିତ ଭାବେ ପାଳନ କରାଯାଇଛି । ପ୍ରଥମେ ସମସ୍ତ ଥାନା ମାନଙ୍କରୁ ଆସିଥିବା ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ପେରେଡ ଏବଂ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟଙ୍କ ଉପସ୍ଥିତିରେ ସମ୍ପାଦନ କରାଯାଇଥିଲା । ଏବଂ କନ୍ଧମାଳ ଜିଲ୍ଲା ପୂର୍ବତନ କମ୍ପାନୀ କମାଣ୍ଡର ତଥା ବରିଷ୍ଠ ଶୃଙ୍ଖଳିତ ହୋମଗାର୍ଡ ବିଭୁତି ଭୁଷଣ ପଣ୍ଡାଙ୍କ ଉପସ୍ଥିତିରେ କିଛି ଗରିବ ଅସହାୟ ମାନଙ୍କୁ ମାଦିକୁନ୍ଧା ଛକ ଦଧିବାମନ ମନ୍ଦିର ପରିସରରେ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘର, ସଭାପତି ପ୍ରଭାତ କୁମାର୍ ସାହାଣୀ , ଉପ ସଭାପତି, ବିରାଜ କୁମାର୍ ପ୍ରଧାନ, କାର୍ଯ୍ୟକାରୀ ସଭାପତି, ଅଖୟ କୁମାର୍ ରାୟ, ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ରାଜକୁମାର ବେହେରା, ଉପସଭାପତି,ସାଫରିନ୍ ଖାନ୍, କୋଷାଧ୍ୟକ୍ଷ, ଜୟନ୍ତୀ ଚୈଧୁରୀ, କାହ୍ନୁଚରଣ ନାୟକ, ପରାମର୍ଶଦାତା କୁନା ଦିଗାଲ, ସାମ୍ବାଦିକ ଖିତିସ୍ ମଲିକ (,ରିଙ୍କୁ) ଏବଂ ଅନ୍ୟ ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପାଳନ କରିଛନ୍ତି ।

ad-week
Leave A Reply

Your email address will not be published.