ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍‌ଘାଟିତ..

add-all

ଫୁଲବାଣୀ : ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ପାଇଁ ସ୍ଥାନୀୟ ବି.ଆର୍. ସି.ସି.ତାଲିମ କେନ୍ଦ୍ର ପରିସରରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଏହାକୁ ଲୋକାର୍ପିତ କରି କହିଲେ ଯେ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ଏହି କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା କରାଯିବ । ଏହି କେନ୍ଦ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ, କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା, ଅଭିଭାବକମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଧାମୁକ୍ତ ଶୌଚାଳୟ, ଗମନାଗମନ ପାଇଁ ଚ୍ୟାମ୍ପ, ମନୋରଞ୍ଜନ ପାଇଁ ଟିଭି ଓ ଖେଳ ଉପକରଣ ଆଦିର ବ୍ୟବସ୍ଥା କରାଯିବ । ପରେ ପରେ ସେମାନଙ୍କୁ ହୁଇଲ ଚେୟାର, ଆଶାବାଡ଼ି, ଶ୍ରବଣ ଯନ୍ତ୍ର ଆଦି ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା, ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅମୁଲ୍ୟ ଜେନା, ସି.ଆର୍.ସି.ସି., ଆର୍.ପି., ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.