ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

add-all

ମାଲକାନଗିରି। : ମାଲକାନଗିରି ମହାବିଦ୍ୟାଳୟ ର ଶହୀଦ ଲକ୍ଷ୍ମଣ ନାୟକ ଓ ଜଗଜୀବନ ରାମ ଛାତ୍ରାବାସର ସମସ୍ତ ଅନ୍ତେବାସୀ ମାନଙ୍କ ମିଳିତ ଉଦ୍ଯମ ରେ ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟ ଅଧ୍ଯକ୍ଷ ଅଶୋକ କୁମାର ଷଡଙ୍ଗୀ ଯୋଗ ଦେଇ ଡ. ବାବାସାହେବ ଆମ୍ବେଦକରଙ୍କ ଜୀବନ ଏବଂ ଦର୍ଶନ ଉପରେ ଆଲୋକପାତ କରିଥିଲେ। ବିଣିଜ୍ଯ ବିଭାଗର ମୁଖ୍ଯ ଡ. ରଞ୍ଜନ କୁମାର ସ୍ବାଇଁ ଆମ୍ବେଦକରଙ୍କ ଆଦର୍ଶ ଦ୍ବାରା ଅନୁପ୍ରାଣିତ ହେଲେ ଛାତ୍ର ଜୀବନ ନିଜର ଉଜ୍ଜ୍ବଳ ଭବିଷ୍ଯତ ଗଠନ ରେ କିପରି ସହାୟକ ହୋଇ ପରିବ ବୁଝାଇଥିଲେ। ଲକ୍ଷ୍ମଣ ନାୟକ ଛାତ୍ରାବାସ ର ନିରୀକ୍ଷକ ସୁଶାନ୍ତ ମାଝି ସଭା ପରିଚାଳନା କରିଥିବା ବେଳେ ବାବୁଜଗଜୀବନ ରାମ ଛାତ୍ରାବାସର ନିରୀକ୍ଷକ ଗୌତମ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ। ଦୁଇ ଶହରୁ ଅଧିକ ଅନ୍ତେବାସୀ ଯୋଗ ଦେଇ ବାବାସାହେବ ଅମର ରହେ ସ୍ଲୋଗାନ ଦେଇ ସଭାକୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରମାନଙ୍କୁ ବାବାସାହେବ ଆମ୍ବେଦକରଙ୍କ ଜୀବନୀ ପୁସ୍ତକ ବଣ୍ଟନ କରାଯାଇଥିଲା।

ad-week
Leave A Reply

Your email address will not be published.