ଜାନୁଆରୀ ୨୫ ରୁ ୨୯ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ

add-all

ଫୁଲବାଣୀ : ଜାନୁଆରୀ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଅନୁଷ୍ଠିତ ହେବାକୁ ଯାଉଛି କନ୍ଧମାଳ ମହୋତ୍ସବ ଓପଲ୍ଲିଶ୍ରୀମେଳା – ୨୦୨୩ । ଏହାର ସୁପରିଚାଳନା ପାଇଁ ସମୁଦାୟ ୧୫ ଗୋଟି କମିଟି ମଧ୍ୟ ଗଠନ କରାଯାଇଛି । ପ୍ରସ୍ତୁତି ବୈଠକରେ ସ୍ଥିର କରାଗଲାଯେ, ୧୦ଦିନ ପରେ ପ୍ରତ୍ୟେକ କମିଟିର ଅଧ୍ୟକ୍ଷ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ଯେଉଁଥରେ କି ପ୍ରତ୍ୟେକ କମିଟିର ବୈଠକର ବିବରଣୀ ଉପରେ ଆୟୋଜନ କମିଟି ଆଲୋଚନା କରିବ । ତଦନୁଯାୟୀ ପ୍ରଚାର ପ୍ରସାର କମିଟିର ବିବରଣୀ କୁ ସେହି ଆୟୋଜନ କମିଟି ବୈଠକରେ ଉପସ୍ଥାପନା କରାଯିବ। ଯେହେତୁ ପ୍ରଚାର ପ୍ରସାର ଆମ ସମସ୍ତଙ୍କର ଦାୟିତ୍ବ ତେଣୁ ସମସ୍ତଙ୍କର ନାମ ଲେଖିବା ସମ୍ଭବ ହେଉ ନାହିଁ । କିଛି ସାମ୍ବାଦିକ ବନ୍ଧୁ ପ୍ରସ୍ତାବ ଦେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ସମସ୍ତ ସାମ୍ବାଦିକ ବୋଲି ଲେଖିବାକୁ । ଯେହେତୁ ସବୁ କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ଅତି ବେଶିରେ ୧୦ ରୁ ୧୨ ଜଣଙ୍କର ସଭ୍ୟଙ୍କର ନାମ ରହୁଛି ସେହିପରି ଏହି କମିଟି ଗଢ଼ିବାକୁ ଆୟୋଜନ କମିଟି ମତ ରଖିଥିଲେ । ତଦନୁଯାୟୀ କିଛି ସାମ୍ବାଦିକ ବନ୍ଧୁ ମତଦେଲେ ଯେ, ଜିଲ୍ଲାରେ ଯେତେଗୋଟି ଆସୋସିଏସନ ରହିଛି ସେଗୁଡ଼ିକର ସଭାପତି ଓ ସମ୍ପାଦକ ମାନଙ୍କ ନାମ ସଦସ୍ୟ ଭାବରେ ରଖିବାକୁ। ସେ ଯାହା ହେଉନା କାହିଁକି ଏସବୁ ଆଲୋଚନା ମାଧ୍ୟମରେ ସ୍ଥିର କରାଯିବା ଉଚିତ୍ ହେବ ବୋଲି କହିଥିଲେ । କାରଣ ବିଗତ ଦିନ ମାନଙ୍କରେ କେଉଁଠି ନା କେଉଁଠି ଭୁଲ ବୁଝାମଣା ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହୋଇଛି ଯାହା ସମସ୍ତେ ଭଲଭାବେ ଜାଣିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତା ୧୧.୧୨.୨୦୨୨ ରିଖ (ରବିବାର) ଦିନ ୧୦ ଟା ସମୟରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଉପରେ ଅଧିକ ଆଲୋଚନା ହେବ । ସେଥ୍‌ରେ ସବୁ କିଛି ଆଲୋଚନା କରାଯିବ ଏବଂ ସେଗୁଡ଼ିକ କମିଟି ବିବରଣୀରେ ସ୍ଥାନ ପାଇବା ସହିତ ଆୟୋଜନ କମିଟିରେ ଉପସ୍ଥାପନା କରାଯିବ । ଆୟୋଜନ କମିଟି ଯାହା ସ୍ଥିର କରିବ ତାହା ମଧ୍ଯ ସମସ୍ତଙ୍କୁ ଜଣା ଇ ଦିଆଯିବ ।

ad-week
Leave A Reply

Your email address will not be published.