ଜିଲ୍ଲା ଡ଼୍ରଗ୍ସ ନିଷ୍କାସନ କମିଟି ପକ୍ଷରୁ ବେଆଇନ ଭାବେ ଚୋରା ଚାଲାଣ ବେଳେ ଜବତ ହୋଇଥିବା ବ୍ରାଉନ୍‌ସୁଗର ଓ ଗଂଜେଇକୁ ନଷ୍ଟ…

add-all

ବ୍ରହ୍ମପୁର : ଜିଲ୍ଲା ଡ଼୍ରଗ୍ସ ନିଷ୍କାସନ କମିଟି ପକ୍ଷରୁ ବେଆଇନ ଭାବେ ଚୋରା ଚାଲାଣ ବେଳେ ଜବତ ହୋଇଥିବା ଗଂଜେଇକୁ ଆଜି ନଷ୍ଟ କରାଯାଇଛି ।ପୂର୍ବରୁ ମଧ୍ୟ ବିପୁଳ ପରିମାଣର ଗଂଜେଇ କମିଟିର ନିଷ୍ପତିକ୍ରମେ ନଷ୍ଟ କରାଯାଇଥିବା ବେଳେ ଆଜି ୧୫୩୭ କିଲୋଗ୍ରାମର ଗଂଜେଇକୁ ନଷ୍ଟ କରାଯାଇଛି । ଏଥି ସହ ୯.୪୮ ଗ୍ରାମର ବ୍ରାଉନ୍‌ସୁଗର ମଧ୍ୟ ନଷ୍ଟ କରାଯାଇଛି । ବଡ଼ବଜାର ଥାନା, କେ. ନୂଆଗାଁ ଥାନା, ଜରଡ଼ା ଥାନା, ସଦର ଥାନା, ଦିଗହପଣ୍ଡି, ଗୋଳନ୍ଥରା ଥାନା ଏବଂ ଗୋଷାଣିନୂଆଗାଁ ଥାନା ପକ୍ଷରୁ ଜବତ ହୋଇଥିବା ଚୋରା ଗଂଜେଇ ଓ ବ୍ରାଉନ୍‌ସଗୁରକୁ ନଷ୍ଟ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ, ଡ଼େପୁଟି କଲକଟର ଶୁଭଶ୍ରୀ ରଥ, ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.