ଦାରିଙ୍ଗବାଡିରେ ପ୍ରବଳ ଜାଡ, ତାପ ମାତ୍ରା ୮ଡିଗ୍ରୀ ସେଲସିୟସ…

add-all

ଦାରିଙ୍ଗବାଡ଼ି, ୯/୧୨, ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ରହିଥିବା ବେଳେ ଚଳିତ ବର୍ଷ ଏହା ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ ହୋଇଛି। ଗୁରୁବାର ଦିନ ୧୦ ଡିଗ୍ରୀ ସେଲସିଅସ
ତାପମାତ୍ରା ରହିଥିବା ବେଳେ ଆଜି ଶୁକ୍ରବାର ଦିନ ୨ ଡିଗ୍ରୀ ହ୍ରାସ ପାଇ ୮ ଡିଗ୍ରୀ ସେଲସିଅସରେ ପହଞ୍ଚିଛି। ଏହାରି ଫଳରେ ଦାରିଙ୍ଗବାଡିରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଦିନ ସାରା ଥଣ୍ଡା ପବନ ବହୁଛି। ଯାହାରି ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ହାଡ଼ଭଙ୍ଗା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ସକାଳେ ଓ ସନ୍ଧ୍ୟା ସମୟରେ ନିଆଁ ଜାଳି ବସୁଛନ୍ତି। ଦିନସାରା ଶୀତ ବସ୍ତ୍ର ପରିଧାନ କରି ରହିବାକୁ ପଡୁଛି। ଥଣ୍ଡା ଯୋଗୁଁ ସକାଳୁ ଉଠି ହେଉନଥିବା ବେଳେ ୮ଟା ନହେଲେ ଘରୁ ବାହାରି ହେଉ ନାହିଁ। ଚା ଦୋକାନରେ
ଲୋକଙ୍କ ଭିଡ ଜମୁଛି। ଶୀତକୁ ଉପଭୋଗ କରିବା ନିମନ୍ତେ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଗହଳି ଚହଳି ଦେଖିବାକୁ ମିଳିଛି। ଶୀତ ବୃଦ୍ଧି ପାଇଥିବା ଯୋଗୁଁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିଭଳି ତାପ ମାତ୍ରା ହ୍ରାସ ହେବାରେ ଲାଗିଲେ ଆସନ୍ତା ରବି ବାର ଦିନ ପର୍ଯ୍ୟଟକଙ୍କ ଆଗମନ ବହୁ ମାତ୍ରାରେ ବଢିବ ବୋଲି ଦାରିଙ୍ଗବାଡ଼ି ବାସୀ ଆଶା ବାନ୍ଧିଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.