ଏଚଡିଏଫସି ବ୍ୟାଙ୍କ ତରଫରୁ ରକ୍ତଦାନ ଶିବିର

add-all

ଫୁଲବାଣୀ : ରକ୍ତଦାନ ମହତ ଦାନ ପୂଣ୍ୟର ଦାନ। ରକ୍ତ ଅଭାବରୁ ରାଜ୍ୟରେ ତଥା ଦେଶରେ ଅନେକ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ଏଣୁ ଏହି ଅଭାବୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ଆଜି ଏଚ୍ ଡି ଏଫ ସି(HDFC) ବ୍ୟାଙ୍କ ତରଫରୁ ସର୍ବଭାରତୀୟ ସ୍ତରରେ ରକ୍ତ ଦାନ ଶିବିର ଆୟୋଜିତ କରାଯାଇ ଥିଲା। ଏହି ଶିବିରକୁ ଜିଲ୍ଲା ସ୍ଵତନ୍ତ୍ର ପୋସ୍କୋ କୋର୍ଟ ମାଜିଷ୍ଟ୍ରେଟ ଭାସ୍କର ଚନ୍ଦ୍ର ସାହୁଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା।ଏହି ଶିବିରରେ ବ୍ୟାଙ୍କ କର୍ମଚାରୀ ସୁମିତ ଦାସ, ନୀତିଶ ଭଦ୍ରl , ଗଣେଶ ସାହୁ, ସୁନାପାଣି ବେହେରା, ଅଜୀତ ପଣ୍ଡା, ବିକାଶ ପ୍ରଧାନ, ସୁଶୀଲ କହ୍ନର, ବିକାଶ ପାଣ୍ଡେ, ବର୍ଷାରାଣୀ ପଟ୍ଟନାୟକ, ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ର ପ୍ରଶାନ୍ତ ମିଶ୍ର ଏବଂ କିଛି ଛାତ୍ର ଛାତ୍ରୀଙ୍କ ସମେତ ଫୁଲବାଣୀର କିଛି ଯୁବକ ଏଠାରେ ରକ୍ତଦାନ କରିଥିଲେ l ରକ୍ତ ଭଣ୍ଡାର ର କର୍ମଚାରୀ ଡାକ୍ତର ଜୟଦୀପ ଘୋଷ, ଦିନକୃଷ୍ଣ ମହନ୍ତ, ପ୍ରଶାନ୍ତ ରତ୍ନାଳୁ , ବରୁଣ ବେହେରା ଏବଂ ରକ୍ତ ପ୍ରତ୍ସାହନ କାରି ଭି. ଲୋକନାଥ ରାଜୁ ପୁରା ସହଯୋଗ କରିଥିଲେ lବ୍ରାଞ୍ଚ ମ୍ୟାନେଜର ସନ୍ତୋଷ ନନ୍ଦ ଏବଂ ବ୍ରାଞ୍ଚ ଅପରେସନ ମ୍ୟାନେଜର ଦିପ୍ତି ପ୍ରସାଦ ରଥଙ୍କ ତତ୍ୱlବଧାନରେ ଏହି ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l

ad-week
Leave A Reply

Your email address will not be published.