ବ୍ରାହ୍ମଣୀଗାଁ ରେ ସଂଖ୍ୟା ଲଘୁ ବୈଠକ…

add-all

ଦାରିଙ୍ଗବାଡ଼ି :ଆସନ୍ତା ଡିସେମ୍ବର ୧୮ ତାରିଖରେ ଆନ୍ତର୍ଜାତିକ ସଂଖ୍ୟା ଲଘୁ ଦିବସ ପାଳନ ଉଦ୍ଦେଶ୍ୟରେ ବ୍ରାହ୍ମଣୀ ଗାଁ କ୍ୟାଥଲିକ ଚର୍ଚ୍ଚ ପରିସରରେ ଗତ କାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ସଂଖ୍ୟା ଲଘୁ ସୋସିଆଲ ଫର୍ମର ସଭାପତି ଶ୍ରୀଯୁକ୍ତ ରାମ ଦଳ ବେହେରା ସଭାପତିତ୍ଵ କରିଥିଲେ। ଗଜପତି ଜିଲ୍ଲା ଆବାହକ ଶ୍ରୀଯୁକ୍ତ ରସାନନ୍ଦ ପାଣି ସଂଖ୍ୟା ଲଘୁ ଶ୍ରେଣୀର ବିଶେଷତ୍ଵ, ଐତିହାସିକ ପୃଷ୍ଠ ଭୂମି ତଥା ଜାତି ସଂଘରେ ଏହାର ମାନ୍ୟତା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଫୁଲ୍ଲ ଲିମା, ପ୍ରଶାନ୍ତ ବିର, ପ୍ରସନ୍ନ ବିଷୋୟୀ, ମାଟିନ ପ୍ରଧାନ, ପ୍ରସିଦ୍ଧ କୁମାର ନାୟକ, ମନୋଜ କୁମାର ଦିଗାଲ, ସନ୍ତୋଷ ଜୟପତୀ ଓ ପ୍ରମୋଦ କୁମାର ପ୍ରଧାନ,କିଶୋର ବଳିୟାରସିଂ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସଂଖ୍ୟା ଲଘୁଙ୍କ ସମସ୍ୟା, ସରକାରୀ ସୁବିଧା, ଅଧିକାର ଓ କର୍ତ୍ତବ୍ୟ ବିଷୟରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ବିଶେଷ କରି ରାଜ୍ୟରେ ସଂଖ୍ୟା ଲଘୁ କମିଶନ ପ୍ରତିଷ୍ଠା ନିମନ୍ତେ ଦୃଢ଼ ଦାବୀ ଉପସ୍ଥାପନା କରାଯାଇଥିଲା । ଶେଷରେ କନ୍ଧମାଳ ଜିଲ୍ଲା ଆବାହକ ଶ୍ରୀଯୁକ୍ତ ପ୍ରସନ୍ନ ବିଷୋୟୀ ସଂଖ୍ୟା ଲଘୁଙ୍କ ଏକତା, ଜନ ଜାଗରଣ, ସଚେତନତା ଉପରେ ଗୁରୁତ୍ବ ଆରୋପ କରି ଧନ୍ୟବାଦ୍ ଦେବା ପରେ ଶୋଭା ସମାପ୍ତ ହୋଇଥିଲା।

ad-week
Leave A Reply

Your email address will not be published.