ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ପକ୍ଷରୁ ମାନବିକ ଅଧିକାର ଦିବସ ପାଳନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମହିଳା ମହା ବିଦ୍ୟାଳୟ ପରିସରରେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ପକ୍ଷରୁ ମାନବିକ ଅଧିକାର ଦିବସ ପାଳନ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି ଦିବସରେ ସତ୍ୟପିର ମିଶ୍ର ଜିଲ୍ଲା ଜର୍ଜ,ଭାସ୍କର ଚନ୍ଦ୍ର ସାହୁ ଏଡିଜେ ,ମୁଖ୍ୟ ଅତିଥି,ସୈକତ ପାତ୍ର ସିଜିଏମ,ସିଏ ଦେଶପ୍ରିୟା ବାରିକ ରେଜିଷ୍ଟାର, ଅନୁଶୀଳା ରଏ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଅରଜିତ ଦାସ ଏସଡ଼ିଜିଏମ,ସୌମ୍ୟଶ୍ରୀ ମହାପାତ୍ର ଜେଏମଫେସି, ସ୍ୱାଗାତିକା ସ୍ୱାଇଁ,ବିଜୟ କୁମାର ମହାନ୍ତି ଓକିଲ ସଂଘର ସଭାପତି, ଦୁର୍ଗା ଶଙ୍କର ପଟ୍ଟନାୟକ ସମ୍ପାଦକ, ବରିଷ୍ଠ ଆଇନଜିବୀ ତଥା ବିଜୟ କୃଷ୍ଟ ପଟ୍ଟନାୟକ ଓ ମହିଳା ସ୍ଵଂୟ ଶାସିତ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଜିଲ୍ଲା ଜର୍ଜ ସତ୍ୟ ପୀର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କ ପାଇଁ ବହୁତ କିଛି ‌ସାରଗର୍ଭକ କଥା ଗୁଡ଼ିଏ କହିଥିଲେ ‌ଯାହା କି ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ବପୁର୍ଣ ବାର୍ତ୍ତା ଥିଲା, ମାନବ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଅନ୍ୟ ଅତିଥି ଗଣ ମଧ୍ଯ ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ l ଶେଷରେ ମହିଳା କଲେଜର ଅଧ୍ୟକ୍ଷା ତନୁଜା ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

ad-week
Leave A Reply

Your email address will not be published.