କୁକିଂ ଟ୍ରେନିଂ ଏବଂ ପ୍ରତିଯୋଗିତା

add-all

ଭୁବନେଶ୍ଵର : ବସ୍ତିକୁ ଚାଲ ଅଭିଯାନ କ୍ରମରେ କମିସନରେଟ୍ ପୁଲିସ ଏବଂ ସୋ ଆଇ ଆମ ଫାଉନଣ୍ଡେଶନର ମିଳିତ ସହଯୋଗରେ ଭୁବନେଶ୍ଵର କମିସନରେଟ ମୁଖ୍ୟ କାର୍ଯ୍ୟାଳୟରେ ଆଜି ଏକ କୁକିଂ ଟ୍ରେନିଂ ଏବଂ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର-କଟକର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶି ମୁଖ୍ୟ ଅତିଥି ଭବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଗ୍ରହ କରିଥିଲେ । ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ପୁଲିସ କମିଶନର, ଶ୍ରୀଯୁକ୍ତ ଉମାଶଙ୍କର ଦାସ, ଓଡିଶା ସୋସାଇଟି ଅଫ୍ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଲାଲ ମହାନ୍ତି, ଏମଜିଏମ ଗ୍ରୁପର ଡିରେକ୍ଟର ତନୁଜ ମହାନ୍ତି, ସୋ ଆଇ ଆମ ଫାଉଣ୍ଡେଶନର ଟ୍ରଷ୍ଟି ବନ୍ଦନା ଗୁପ୍ତା ଖେରିଆ, ଚିଦାତ୍ମିକା ଖଟୁଆ, ପିନକୀ ମହାନ୍ତି ଏବଂ ଅନ୍ୟ ଟ୍ରଷ୍ଟି କର୍ମକର୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଭୁବନେଶ୍ଵର ସହରାଞ୍ଚଳରେ ଥିବା ବିଭିନ୍ନ ବସ୍ତିର ବଞ୍ଚିତ ମହିଳା ଏବଂ ବାଳିକାମାନଙ୍କ ପାଇଁ ଜୀବିକା ଜୀବିକା ନିର୍ବାହ ନିମନ୍ତେ ସେମାନଙ୍କୁ କୁକିଂ ପ୍ରଶିକ୍ଷଣ ଦିଆ ଯାଇଥିଲା ଏବଂ ସେମାନଙ୍କ ମାଧରେ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ପ୍ରତିଯୋଗିତାରେ ସଫଳ ହୋଇଥିବା ମହିଳା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶେଷରେ ଭୁବନେଶ୍ଵର ଏମ୍ସ ଠାରେ ଖାଦ୍ୟ ଓ କମ୍ବଳ ବ୍ୟାଙ୍କ ସେବା ଆରମ୍ଭ କରାଯାଇଥିଲା ।

ad-week
Leave A Reply

Your email address will not be published.