ଘାଟିରେ ବାଜିଲା ସାହାନାଇ, ମୁମ୍ବାଇରୁ ଯାଇ କଶ୍ମୀରରେ ବିବାହ କଲେ ଦମ୍ପତ୍ତି

add-all

ଶ୍ରୀନଗର: ଆପଣ ନିଶ୍ଚିତ ଭାବରେ କଶ୍ମୀରର ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କୁ ଦେଖିଥିବେ ଏବଂ କଶ୍ମୀରର ସୌନ୍ଦର୍ଯ୍ୟର ଫଟୋ ବି ଆପଣଙ୍କ ମନ ମୋହିଥିବ | କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବିବାହ ଖବର କହିବାକୁ ଯାଉଛୁ | କଶ୍ମୀରର ପହଲଗାମରେ ମୁମ୍ବାଇରୁ ଆସିଥିବା ଏକ ଦମ୍ପତ୍ତି କାଶ୍ମୀରୀ ପରମ୍ପରାରେ ବିବାହ କରିଥିଲେ। ଏହି ବିବାହରେ ୨୫୦ରୁ ଅଧିକ ଅତିଥି ଯୋଗ ଦେଇଥିଲେ। ଆଉ ଅତିଥିମାନଙ୍କୁ କାଶ୍ମୀରୀ ନୃତ୍ୟ ଏବଂ ପାରମ୍ପାରିକ କାଶ୍ମୀରୀ ରୀତିନୀତି ସହିତ ସ୍ୱାଗତ କରାଯାଇଥିଲା।

ଏହି ବିବାହ ସମାରୋହ ଶ୍ରୀନଗରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ପହଲଗାମର ହୋଟେଲ ଇଡେନ ରିସର୍ଟରେ ଆୟୋଜନ ହୋଇଥିଲା । ଡିସେମ୍ବର ୮ରେ ମେହେନ୍ଦୀ ଏବଂ ୯ ଡିସେମ୍ବରରେ ନିକାହ ଅନୁଷ୍ଠିତ ହୋଇଥିଲା | କାଶ୍ମୀରୀ ପରମ୍ପରାକୁ ଧ୍ୟାନରେ ରଖି ନାଚ, ଗୀତ, ମେହେନ୍ଦି ସହ କାଶ୍ମୀରୀ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା | ବର ମୁଜାମିଲ କାଜି ମୁମ୍ବାଇର ମାଜେଗାଓଁର ବାସିନ୍ଦା ହୋଇଥିବାବେଳେ କନ୍ୟା ଅର୍ଶିଆ ସଇଦ ମୁମ୍ବାଇର ବାନ୍ଦ୍ରା ବାସିନ୍ଦା।

ଦୁହେଁ କାଶ୍ମୀରରେ ବିବାହ କରିବାକୁ ଚାହୁଁଥିଲେ ଏବଂ ସେମାନଙ୍କର ଇଚ୍ଛାକୁ ଅର୍ଶିଆଙ୍କ ବନ୍ଧୁ ଆମୀର ଏବଂ ଉମ୍ରା ପୂରଣ କରିଥିଲେ | ଏହି ଦମ୍ପତ୍ତି ଏହି ବିବାହକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଥିଲେ | ମୁଜାମିଲ କହିଛନ୍ତି କଶ୍ମୀର ହେଉଛି ଭାରତର ସବୁଠାରୁ ସୁନ୍ଦର ସ୍ଥାନ। ସମସ୍ତେ ଏଠାକୁ ଆସିବା ଉଚିତ ଏବଂ ଯଦି କେହି ଡେଷ୍ଟିନେସନ ବିବାହ କରିବାକୁ ଚାଁହୁଛନ୍ତି ତେବେ କାଶ୍ମୀର ହେଉଛି ସର୍ବୋତ୍ତମ ସ୍ଥାନ |

ad-week
Leave A Reply

Your email address will not be published.