
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ କ୍ରୀଡ଼ା ଉତ୍ସଵ ଆଜି ସ୍ଥାନୀୟ କନ୍ଧମାଳ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରଙ୍କନିଧି ବେହେରା (ଶାରୀରିକ ଶିକ୍ଷା ନିରୀକ୍ଷକ ,ଫୁଲବାଣୀ) ଉପସ୍ଥିତ ରହି ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରାଇ ଥିଲେ। ପରିଚାଳନା ସମିତିର ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ନାୟକ,ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର,ଶୈକ୍ଷିକ ସଭାପତି ବାସୁଦେବ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୭୦୦ଜଣ ଛାତ୍ର ଛାତ୍ରୀ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ।ଅଭିଭାବକ ମାନଙ୍କର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ବିଶ୍ୱଜିତ ଗୁରୁ ପ୍ରଥମ,ରିଭିଜନ ମଲ୍ଲିକ ଦ୍ଵିତୀୟ ଓ ତପନ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।ସେହିପରି ଅଭିଭାବିକା ମାନଙ୍କର ଆଳୁ ଚାମଚ ପ୍ରତିଯୋଗିତାରେ ଯମୁନା ନାୟକ ପ୍ରଥମ,ଲଭଲି ଦିଗାଲ ଦ୍ବିତୀୟ ଓ ସୁକାନ୍ତି ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଆଚାର୍ଯ୍ୟ ମାନଙ୍କ ସଟପୁଟରେ ଆଚାର୍ଯ୍ୟ ରାଜେଶ ପ୍ରଧାନ ୧ମ, ପଞ୍ଚାନନସାହୁ ୨ୟ ଓ ଅନ୍ତର୍ଯ୍ୟାମୀ ରାଉତ ୩ୟ ସ୍ଥାନ ଅଧିକାର କରିଛନ୍ତି। ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ରାଉତ(କ୍ରୀଡ଼ା ପରିଚାଳକ)ଙ୍କ ସଂଯୋଜନାରେ,ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କ ସହଯୋଗରେ ବିଦ୍ୟାଳୟର ୩୩ ତମ ବାର୍ଷିକ କ୍ରୀଡ଼ା ସମାପନ ହୋଇଥିଲା।ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସହ ପ୍ରଧାନଆଚାର୍ଯ୍ୟା ବୈଜୟନ୍ତି ସାମନ୍ତରାୟ ଅତିଥିମାନଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ।କ୍ରୀଡ଼ାରେ ପ୍ରାକବିଭାଗର ଯଶରାଜ୍ ଦିଗାଲ,ଆୟୁସ୍ମିତା ସାହାଣୀ ଚମ୍ପିୟାନ ହୋଇଥିବା ବେଳେ,ଶିଶୁ ବିଭାଗର ସୋମ ଚନ୍ଦ୍ର କହଁର,ଆଦ୍ୟାଶା କହଁର,ବାଲ ବିଭାଗର ଆଦିତ୍ୟ ରଞ୍ଜନ ବେହେରା,ଅର୍ଚ୍ଚିତା ଲହରିଆ, କିଶୋର ବିଭାଗର ଓମ ଚନ୍ଦ୍ର କହଁର ଓ ସୌମ୍ୟାଶ୍ରୀ କହଁର ଚମ୍ପିୟାନ ହୋଇଛନ୍ତି।କ୍ରୀଡ଼ାରେ ସମସ୍ତ ଶୁଭେଛୁ,ଅଭିଭାବକ/ ଅଭିଭାବିକା,ଆଚାର୍ଯ୍ୟ/ଆଚାର୍ଯ୍ୟା, ସେବକ/ସେବୀକା, ବାହନ ଚାଳକଓ ଶିଶୁମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇପାରିଲା ବୋଲି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପାଢ଼ୀ ମତ ବ୍ୟକ୍ତ କରିଛନ୍ତି।