ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ

add-all

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ, ମୁଖ୍ୟ ବକ୍ତା ଭାବେ ଶରଣକୁଳ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡା ,ସମ୍ମାନିତ ଅତିଥି ଅଧ୍ଯାପକ ଜୟରାମ ବିଷୋୟୀ , ପ୍ରଦୀପ କୁମାର ଦାଶ, ବିନୋଦ କୁମାର କର ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରୀ ସ୍ମୃତିଶିଖା ପ୍ରଧାନ ସନ୍ଧର୍ଭ ପାଠ କରିଥିବା ବେଳେ ଅଧ୍ଯାପକ ଅକ୍ଷୟ କୁମାର ସାହୁ ସ୍ବାଗତ ଭାଷଣ ଓ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.