ଜାତୀୟ ମାନବାଧିକାର ଦିବସ ପାଳିତ…

add-all

ଫୁଲବାଣୀ:- ୧୦/୧୨ କନ୍ଧମାଳ ଜିଲ୍ଲା ସ୍ଥାନୀୟ ପ୍ରେସ କ୍ଲବ ଠାରେ ଶନିବାର ହ୍ୟୁମାନ ରାଇଟ୍ସ କାଉନସିଲ ପକ୍ଷରୁ ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ କାଉନସିଲର ସଭାପତି ସରୋଜ କୁମାର ତରାସିଆଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ତଥା ଜାଗ୍ରତ କନ୍ଧମାଳର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା, ଶ୍ରୀମତୀ ଜ୍ୟୋତିର୍ମୟୀ କହଁର ପ୍ରାଧ୍ୟାପିକା ସରକାରୀ ମହାବିଦ୍ୟାଳୟ ଫୁଲବାଣୀ,ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘ ଫୁଲବାଣୀର ସଭାପତି ବିଜୟ ମହାନ୍ତି, ଧର୍ମେନ୍ଦ୍ର ତାଣ୍ଡି ସ୍ୱାସ୍ଥ୍ୟ ଜନ ସମ୍ପର୍କ ଅଧିକାରୀ, ନବ କିଶୋର ରଥ ଅବସରପ୍ରାପ୍ତ ସ୍କୁଲ ନିରୀକ୍ଷକ, ଜାକିର ଉଲ୍ଲା ଖାନ ସମ୍ପାଦକ, ଆଇଏଚଆରସି, ସାମ୍ବାଦିକ ସନ୍ତୋଷ ଡିଗାଲ, ବୈଷ୍ଣବ ଚରଣ ପଟନାୟକ, ଡ଼ଃ ସୋମନାଥ ବାଘ,ବରିଷ୍ଠ ସାମ୍ବାଦିକ,ସନ୍ତୋଷ ଦିଗାଲ, ବଟକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ୧୯୪୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ଵାରା ଗ୍ରହଣକରାଯାଇଥିବା ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାନାମାରେ ଅନ୍ତର୍ଭୁକ୍ତ ଅଧିକାର ତଥା ସ୍ୱାଧୀନତାକୁ ସମ୍ମାନ ଦେବା ପାଇଁ ସଚେତନତା ସୃଷ୍ଟି ତଥା ରାଜନୈତିକ ଇଚ୍ଛାଶକ୍ତିକୁ ସଂଗଠିତ କରିବା ପାଇଁ ମାନବ ଅଧିକାର ଦିବସ ପ୍ରତ୍ୟେକ ୧୦ ଡିସେମ୍ବରରେ ପାଳନ କରାଯାଏ। ମାନବ ଅଧିକାର ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱାଧୀନତା ଏବଂ ନ୍ୟାୟ। ଉଭୟ ଘୋଷଣାନାମା ଏବଂ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ସମ୍ବିଧାନରେ ଦର୍ଶାଯାଇଛି ଯେ ସ୍ୱାସ୍ଥ୍ୟ ହେଉଛି ସମସ୍ତ ଲୋକଙ୍କ ପାଇଁ ଏକ ମୌଳିକ ଅଧିକାର। ଏହାକୁ କେହି କାହାଠାରୁ ଛଡାଇ ନେଇ ପାରିବେ ନାହିଁ ବୋଲି ଉପସ୍ଥିତ ଅତିଥି ମାନେ ବକ୍ତବ୍ୟରେ ରଖିଥିଲେ l ସେ ଦୃଷ୍ଟିରୁ ପ୍ରତିବର୍ଷ ୧୦ ଡିସେମ୍ବରରେ ମାନବ ଅଧିକାର ଦିବସ ପାଳନ କରାଯାଏ – ଯେଉଁ ଦିନ ମିଳିତ ଜାତିସଂଘର ସାଧାରଣ ସଭା ୧୯୪୮ ମସିହାରେ ମାନବ ଅଧିକାରର ସର୍ବଭାରତୀୟ ଘୋଷଣାନାମା (UDHR) ଗ୍ରହଣ କରିଥିଲା। UDHR ହେଉଛି ଏକ ମାଇଲଖୁଣ୍ଟ ଦଲିଲ, ଯାହା ଅବିସ୍ମରଣୀୟ ଅଧିକାର ଘୋଷଣା କରେ ଯାହା ସମସ୍ତେ ମଣିଷ ଭାବରେ ପାଇବାକୁ ଯୋଗ୍ୟ – ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ଭାଷା, ରାଜନୈତିକ କିମ୍ବା ଅନ୍ୟାନ୍ୟ ମତ, ଜାତୀୟ କିମ୍ବା ସାମାଜିକ ଉତ୍ପତ୍ତି, ସମ୍ପତ୍ତି, ଜନ୍ମ କିମ୍ବା ଅନ୍ୟାନ୍ୟ ସ୍ଥିତି ନିର୍ବିଶେଷରେ ୫୦୦ ରୁ ଅଧିକ ଭାଷାରେ ଉପଲବ୍ଧ, ଏହା ଦୁନିଆର ସର୍ବାଧିକ ଅନୁବାଦିତ ଗ୍ରନ୍ଥ ବୋଲି ଅତିଥି ମାନେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.