ଲୋଇସିଂହା ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ, ବିଜେଡି-ବିଜେପି କର୍ମୀ ଠେଲାପେଲା

add-all

ବଲାଙ୍ଗିର: ‘ଆମ ନେତା ବ୍ରିଜ ପାଇଁ ପ୍ରୋଜେକ୍ଟ ସାଙ୍କସନ୍‌ କରିଥିଲେ। କ’ଣ ପାଇଁ ବିଜେପି ବିଧାୟକ ଯାଇ ନଡ଼ିଆ ପିଟିବେ?’ ଏପରି କହି ମଙ୍ଗଳବାର ଭାଲେର-କୁରୁଲ ବ୍ରିଜ ଭିତ୍ତି ସ୍ଥାପନ ପାଇଁ ଯାଉଥିବା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ। ଏହାକୁ ନେଇ ଭାଲେର ଛକଠାରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା।  ପୁଇଁନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ବିଜେଡି ନେତା ଭାଗିରଥି ସେଠୀ କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଭାଲେର-କୁରୁଲ ବ୍ରିଜ ପାଇଁ ପ୍ରୋଜେକ୍ଟ ସାଙ୍କସନ୍‌ କରିଥିଲେ। ହେଲେ ବିଜେପି ବିଧାୟକ କିଛି ନ କରି ନଡ଼ିଆ ପିଟିବାକୁ ଚାଲିଆସିଲେ। ଆମେ ତାଙ୍କୁ ବିରୋଧ କରୁଛୁ। ଆଗାମୀ ଦିନରେ ମଧ୍ୟ ଆମେ ବିରୋଧ କରିବୁ।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଯେଉଁମାନେ ବିକାଶରେ ଆସ୍ଥା ରଖନ୍ତି ନାହିଁ ସେମାନେ ଏପରି କରନ୍ତି। ହାତୀ ବାଟରେ ଗଲେ କୁକୁର ଭୁକେ। ଆମେ କୁକୁରକୁ ବେଶୀ ଗୁରୁତ୍ୱ ଦେଉ ନାହୁଁ। ପୁଇଁନ୍ତଳା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି।

ad-week
Leave A Reply

Your email address will not be published.