
ବ୍ରହ୍ମପୁର:- ୬୦୦୦ ଟଙ୍କା ଲାଞ୍ଚ ନେବା ମାମଲାରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହୋଇଥିବା କୋଦଳା ତହସିଲଦାରଙ୍କ କାର୍ଯ୍ଯାଳୟ ଅଧିନରେ କାର୍ଯ୍ଯରତ କର୍ମଚାରୀ ସଞ୍ଜୟ ସେଠୀଙ୍କୁ ମିଳିଛି ଜାମିନ୍। ନଭେମ୍ବର ମାସ ୨୧ ତାରିଖରେ କୋଦଳାର କକା ହୋଟଲ ପାଖରେ ନାଜିର ଭାବରେ କାର୍ଯ୍ଯରତ ସଞ୍ଜୟ ସେଠୀ ପଟା ଯୋଗାଇବା ପାଇଁ ଜନୈକ ବ୍ଯକ୍ତିଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥୁବା ଅଭିଯୋଗରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ୨୬/୨୧-୧୧-୨୨ରେ ମାମଲା ପଞ୍ଜିକରଣ କରି ଗିରଫ କରିଥିଲା। ଆଜି ସ୍ୱତନ୍ତ୍ର ବିଚାରପତି ଦୁର୍ନୀତି ନିବାରଣ ବିଭାଗଙ୍କ ଅଦାଲତରେ ମାମଲାର ଶୁଣାଣି କରାଯାଇଥିଲା। ଜାମିନ ଆବେଦନ ନିମନ୍ତେ ମାନ୍ଯବର ବିଚାରପତି ଡ.ଅରୁଣ ସାହୁଙ୍କ ନିକଟରେ ମୁଦାଲା ସଞ୍ଜୟ ସେଠୀଙ୍କ ଆଇନଜୀବି କୁନାଲ ସାହୁ ଜାମିନ ଆବେଦନ କରିଥିଲେ। ଆଇନଜୀବିଙ୍କ ସମସ୍ତ ଯୁକ୍ତିକୁ ଅନୁଧ୍ଯାନ କରି ସ୍ୱତନ୍ତ୍ର ଅଦାଲତର ମାନ୍ଯବର ବିଚାରପତି ଡ.ଅରୁଣ ସାହୁ ଗିରଫ ନାଜିର ସଞ୍ଜୟ ସେଠୀଙ୍କୁ ଜାମିନ ମଞ୍ଜୁର କରିଥିଲେ। ମୁଦାଲା ତରଫରୁ ବରିଷ୍ଠ ଆଇନଜୀବି କୁନାଲ ସାହୁ ମାମଲା ପରିଚାଳନା କରୁଥୁବା ବେଳେ ଆଇନଜୀବି ଅନନ୍ତ ନାରାୟଣ ମହାନ୍ତି, ଆଇନଜୀବି ଶଙ୍କର ସାହୁ, ଆଇନଜୀବି ଇପସିତା ଷଡଙ୍ଗୀ ମାମଲା ପରିଚାଳନାରେ ସହଯୋଗ କରିଥିଲେ।