ଏମ୍ ଭି ୭୯ ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ହାତରେ କଳା କନା ବାନ୍ଧି କଳା ଦିବସ ପାଳନ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଠାରେ ଥିବା SSD ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ହାତରେ କଳା କନା ବାନ୍ଧି ସେମାନେ କଳା ଦିବସ ପାଳନ କରୁଛନ୍ତି । ୨୦୦୬ ମସିହାରୁ ଓଡ଼ିଶା ରେ କାର୍ଯ୍ୟ ରତ ଥିବା ୧୧୬ ଜଣ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ତାଙ୍କର ସମସ୍ତ ପୂର୍ଣ କାର୍ଯ୍ୟ ଦକ୍ଷତା ପ୍ରତିପାଦନ ସ୍ୱରୁପ ଦୀର୍ଘ ୧୬ ବର୍ଷ କାର୍ଯ କରି ମଧ୍ୟ ସ୍ଥାୟୀ ହୋଇ ପାରୁ ନାହାଁନ୍ତି ଗତ ୧୪ ତାରିଖ ଦିନ ଏଇ ପରି PGT ମାନଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲା PGT Math ବିଶ୍ୱକାନ୍ତ ସାମନ୍ତରାୟ ତାଙ୍କର ମାନସିକ ଭାରସାମ୍ୟ ହରାଇ ହୃଦ ଘାଟରେ ମୃତ୍ୟୁ ବରଣ ଅଧ୍ୟାପକ ମାନଙ୍କୁ ଦୁଃଖ ତଥା ମାନସିକ ଯନ୍ତ୍ରଣା ଦେବା ସହ ସମସ୍ତ PGT ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସରକାରଙ୍କୁ ଦିଆଯାଇଥିବା ଦାବି ପତ୍ରରେ ତା-୧୫/୧୨/୨୨ ଠାରୁ ସମସ୍ତ PGT ମାଲକାନଗିରି ଜିଲ୍ଲାରୁ କଳା ଦିବସ ପାଳନ ସହ ସମସ୍ତ କଳା କନା ପରିଧାନ ପୁର୍ବକ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସରକାରୀ କାର୍ଯର ଅବହେଳା କୁ ବିରୋଧ କରିଛନ୍ତି। ଦାବି ମୁତାବକ ଯଦି ପୁନଚ ସ୍ଥାୟୀ ଘୋଷଣା ନ କରିବା ଯାଏ ତା-୧୦/୦୧/୨୩ ଠାରୁ ସମସ୍ତ ଜିଲ୍ଲା କାର୍ଯ୍ୟଳୟଠାରେ ଧାରଣା ଦେବୁ ବୋଲି ଅଦକ୍ଷ ଶ୍ରୀ ବିରାଜ ମଜୁମଦର କହିଛନ୍ତି ।

ad-week
Leave A Reply

Your email address will not be published.