ସ୍ଵାଭିମାନ ଅଞ୍ଚଳରୁ ଜୀବନ୍ତ ବୋମା ଉଦ୍ଧାର କରିଲେ ବିଏସଏଫ ବାହିନୀ…

add-all

ମାଲକାନଗିରି // ଚିତ୍ରକୋଣ୍ଡା:- ୧୭/୧୨ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରି ପଞ୍ଚାୟତର ତୋଟାଗୁଡା ନିକଟସ୍ଥ ଜଙ୍ଗଲ ରୁ ମାଟି ତଳେ ଖଞ୍ଜା ଯାଇଥିବା ଜୀବନ୍ତ ବୋମା କୁ ଉଦ୍ଧାର କରିଛନ୍ତି ବିଏସଏଫ। ମାର୍ଚ୍ଚ ୩୧ ତାରିଖରେ ଯନ୍ତ୍ରି ପଞ୍ଚାୟତରେ ବିଏସଏଫ ନବମ ବାଟାଲିୟନ ପକ୍ଷରୁ ନୂତନ ରୂପେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ନୂତନ ଭାବେ କ୍ୟାମ୍ପ ପ୍ରତିଷ୍ଠା ପରେ ଯନ୍ତ୍ରି ପଞ୍ଚାୟତ ଓ ତାର ଆଖ ପାଖ ଅଞ୍ଚଳରେ ବିଏସଏଫ ପକ୍ଷରୁ ତଲାସୀ ଅଭିଯାନ କୁ ଜୋରଦାର କରାଯାଇଥିଲା । ଆଜି ଦିନ ୧୨ ଟା ସମୟରେ ଯନ୍ତ୍ରି ପଞ୍ଚାୟତ ର ତୋଟାଗୁଡା ନିକଟସ୍ଥ ଜଙ୍ଗଲ ର ଏକ ରାସ୍ତାରେ ବିଏସଏଫ ପକ୍ଷରୁ ତଲାସୀ ଅଭିଯାନ ଚାଲିଥିବା ସମୟରେ ମାଟି ତଳେ ପୋତା ହୋଇ ରଖାଯାଇଥିବା ଏକ ଜୀବନ୍ତ ବୋମା କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବିଏସଏଫ । ଏହି ଜୀବନ୍ତ ବୋମା କୁ ବିଏସଏଫ ଯବାନ ଙ୍କୁ ଟାର୍ଗେଟ କରାଯାଇ ଲଗା ଯାଇଥିବା ଅନୁମାନ କରାଯାଉଛି। ଜୀବନ୍ତ ବୋମା କୁ ଉଦ୍ଧାର କରିବା ପରେ ନଷ୍ଟ କରାଯାଇଛି ।ଏହି ଅଞ୍ଚଳରେ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଯନ୍ତ୍ରି ପଂଚାୟତ ଓ ତାର ଆଖ ପାଖ ଅଞ୍ଚଳରେ ବିଏସଏଫ ପକ୍ଷରୁ ତଲାସୀ ଅଭିଯାନ କୁ ଜୋରଦାର କରାଯିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସଫଳତା ମିଳିବା ରେ ଲାଗିଛି।

ad-week
Leave A Reply

Your email address will not be published.