ଚକାପାଦରେ ଲୋକ ପ୍ରତିନିଧି, ବ୍ଲକ ପ୍ରଶାସନ ଓ କିନ୍ନରମାନଙ୍କ ସମନ୍ୱୟ ଓ ସଚେତନତା କର୍ମଶାଳା

add-all

ଫୁଲବାଣୀ, ୧୭/୧୨ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ପ୍ରଶାସନ ଓ ସ୍ବାତୀର ମିଳିତ ଆନୁକୁଲ୍ୟରେ ପଂଚାୟତ ସମିତି ବୈଠକ ଗୃହରେ ଟ୍ରାନସ୍କେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସ୍ୱୀକୃତୀ” ଉପରେ ଏକ ସମନ୍ୱୟ ଓ ସଚେତନତା କର୍ମଶାଳା ପଂଚାୟତ ସମିତି ଅଧକ୍ଷା ବୈନତ୍ରୀ କହଁରଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଉପାଧ୍ୟକ୍ଷ ସୋମନାଥ ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ଅନିଲ କୁମାରପଟ୍ଟନାୟକ, ସବଡିଭିଜନ ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ ମିଶ୍ର, ବ୍ଲକ ଶିକ୍ଷା ଅଧିକାରୀ ନାଗେଶ୍ୱର ପ୍ରଧାନ, ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ ଡା. ଦେବ ସୌରଭ ପଣ୍ଡା, ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଉମା ସାହୁ ଓ ସ୍ବାତୀ ଅଧକ୍ଷ ପ୍ରଶାନ୍ତ ଶତପଥୀ ଅତିଥି ଭାବେ ଯୋଗଦେଇଥିଲେ। ପଂଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରି ଆସିଥିବା ସମସ୍ତ ୧୨ ଗୋଟି ପଂଚାୟତର ସରପଂଚ, ସମିତି ସଭ୍ୟ ଓ ସଭ୍ୟ ମାନଙ୍କୁ ସ୍ବାଗତ କରିବା ସହ ସୀକୃତୀ ଯୋଜନାର ସଫଳ ରୁପାୟନ କରି କିନ୍ନର ମାନଙ୍କୁ ସଶକ୍ତି କରିବାପାଇଁ କହିଥିଲେ, ସମିତି ଅଧକ୍ଷା ଓ ଉପାଧକ୍ଷ ସମସ୍ତ କିନ୍ନର ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ପ୍ରତିସୃତି ଦେଇଥିଲେ ଓ ସେମାନଙ୍କର ସମସ୍ୟା ସମାଧାନ ପାଇଁ ପଂଚାୟତ ପ୍ରତିନିଧିଙ୍କ ପାଖରେ ଅନୁରୋଧ ରଖିଥିଲେ । ସବଡିଭିଜନ ସାମାଜିକ ସୁରକ୍ଷା ଅଧିକାରୀ ପେନସନ୍ ଓ ଅନ୍ୟାନ ସରକାରୀ ପ୍ରୋତ୍ସାହନ ବିଷୟରେ ସବିସେଶ ତଥ୍ୟ ଉପସ୍ଥାପନ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ସମସ୍ତ କିନ୍ନର କିପରି ଶିକ୍ଷା ରୁ ବିରତ ନହେବେ ସେଥିପ୍ରତି ଯତ୍ନବାନ ହେବେ ବୋଲି ମନ୍ତବ୍ୟ ରଖିଥିଲେ । ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ କିନ୍ନର ମାନେ ସାଧାରଣ ଓ ଯୌନ ସ୍ୱାସ୍ଥ୍ୟ ପ୍ରତି ଅବହେଳା ନକରି ଠିକ ସମୟରେ ବିନା ଦ୍ବିଧା ରେ ସେବା ନେବ ଉପରେ ଆଲୋକପାତ କରିଥିଲେ । ସ୍ବାତୀ ର ଅଧକ୍ଷ ସମାଜର ବାଛ ବିଚାର ଓ ସେମାନଙ୍କ ପ୍ରତି ହେଉଥିବା ବିଭିନ୍ନ ହତାଦର ଉପରେ ବକ୍ତବ୍ୟ ରଖିବା ସହିତ, ସେମାନେ କିପରି ମୂଖ୍ୟଶ୍ରୋତରେ ସାମିଲ ହୋଇ ପାରିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ।ଗ୍ରାମପଂଚାୟତ ପ୍ରତିନିଧି ନିଜ ପଂଚାୟତ ରେ କିପରି ପଲ୍ଲି ଓ ଗ୍ରାମ ସଭାରେ କିନ୍ନର ମାନଙ୍କ ଯୋଗଦାନ କୁ ଶୁନିଶ୍ଚିତ କରି ପଂନଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରି ହେଉଥିବା ଯୋଜନା ଯଥା ମହାତ୍ମା ଗାନ୍ଧି ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଯୁକ୍ତି, ଅନ୍ୟାନ ସୁବିଧା ପାଇବା କ୍ଷେତ୍ରରେ କିନ୍ନର ମାନଙ୍କୁ ସାମିଲ କରିବା କୁ ପ୍ରାଥମିକତା ଦେବା ମତବ୍ୟକ୍ତ କରିଥିଲେ । ଆସିଥିବା ସରପଂଚ ଓ ପନଂଚାୟତ ସମିତି ସଭ୍ୟ ଓ ସଭ୍ୟା ଆଗାମି ଦିନରେ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହି ସମନ୍ୱୟ ସଭାରେ ବ୍ଲକ ପ୍ରଶାସନ ୫ ଜଣ କିନ୍ନର ମାନଙ୍କୁ ପେନସନ ବହି ପ୍ରଦାନକରି, ଅନ୍ୟମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲେ ଓ ସମସ୍ତ ସହୋଯୋଗ କିପରି ପହଂଚିବ ସେଥିପ୍ରତି ପ୍ରୟାସ କରିଥିଲେ । ଆସିଥିବା କିନ୍ନର ସ୍ବପ୍ନା, ବିଷ୍ଣୁପ୍ରିୟା ନିଜ ଜୀବନର ଦୁଃଖ ଓ ସୁଖ ଅନୁଭୁତି କହିଥିବା ବେଳେ, ପ୍ରଥମ ଥର ପାଇଁ ଆଜି ଏଭଳି ସମ୍ମାନ ସହ ବସିବା ସୁଯୋଗ ପାଇ ନିଜକୁ ଗର୍ବଅନୁଭବ କରିଥିଲେ ୯ ଜଣ କିନ୍ନର ଛବିକାନ୍ତ, ଆରତ, ପଦ୍ମନାଭ, ଦିଗମ୍ବର , ସ୍ବପ୍ନା, ଧନଶ୍ଵତୀ, ଜୟ, ଲିପୁ ଓ ମନୋଜଙ୍କୁ “ସ୍ୱୀକୃତୀ” ଯୋଜନା ତରଫରୁ ଅତିଥିଙ୍କ ଦ୍ୱାରା ଜୀବନ ଜିବିକା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମ ସ୍ୱାତୀର ପ୍ରୋଗ୍ରାମ ମ୍ୟାନେଜର ପ୍ରଦୀପ କୁମାର ସ୍ଵାଇଁ ଟ୍ରାନସ୍କେଣ୍ଡର ମାନଙ୍କୁ କିପରି ମୂଖ୍ୟଶ୍ରୋତରେ ସାମିଲ କରିବା ସହିତ ଓ ସେମାନଙ୍କ ଜୀବନ ଶୈଳୀ, ବିବିଧତା ଉପରେ ଏକ ତଥ୍ୟମୂଳକ ଉପସ୍ଥାପନା କରିଥିଲେ,ଆଗାମି ଦିନରେ ନିଜକୁ ସମାଜ ଆଗରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ । ସ୍ବାତୀର କର୍ମୀ ମାମିନା କହଁର ସ୍ୱାସ୍ଥ୍ୟ ସେବା ଉପରେ କିନ୍ନର ମାନଙ୍କୁ ପରାମର୍ଶ ଦେଇଥିଲେ । ସବିସେଶ ରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନ୍ଦିପାଣୀ ନାୟକ ଅତିଥି ଓ ଅଂଶଗ୍ରହଣ କାରୀଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ରେ ସ୍ବାତୀ ର କର୍ମୀ ରାଜ କୁମାର ବେହେରା,ଆଲୋକ ବେହେରା, ଗିତାଞ୍ଜଳି କହଁର, ଅହଲ୍ୟା ପ୍ରଧାନ, ରମାକାନ୍ତ କହଁର ପରିଚାଳନା ରେ ସହୋଯୋଗ କରିଥିଲେ ।

ad-week
Leave A Reply

Your email address will not be published.