ଜିଲ୍ଲାରେ ହକି ବିଶ୍ଵ କପ୍ ଟ୍ରଫି ପରିକ୍ରମା ନେଇ ପ୍ରସ୍ତୁତି ବୈଠକ

add-all

ମାଲକାନଗିରି : ଚଳିତ ମାସ ୩୧ ଡିସେମ୍ବରରେ ହକି ବିଶ୍ଵ କପ୍ ଟ୍ରଫି ମାଲକାନଗିରି ପହଞ୍ଚିବ। ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯିବ । ଏ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୈରବୀ ମନ୍ଦିର ଠାରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଶୋଭା ଯାତ୍ରାରେ ଟ୍ରଫି ସହର ପରିକ୍ରମା କରିବ । ଏହି ପରିପ୍ରେକ୍ଷୀରେ ଗ୍ରାମ ପଞ୍ଚାୟତରେ ୧୬ ଓ ୧୭ ଡିସେମ୍ବରରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ୧୯ ଏବଂ ୨୦ ଡ଼ିସେମ୍ବରରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ ହେବ ବୋଲି ଏଠାରେ ସୂଚନା ଦିଆଯାଇଛି। ସେହିପରି ୪,୫ ଓ ୬ ଜାନୁଆରୀରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଆୟୋଜନ ହେବ । ୭ ରେ ସ୍ୱାଭିମାନ ଅଞ୍ଚଳରେ ଘୋଡ଼ା ଦୌଡ଼, ୧୨ରେ ବାଲିମେଳା ଠାରୁ ମାଲକାନଗିରି ପର୍ଯ୍ୟନ୍ତ ମିନି ମାରାଥନ ଏବଂ ୧୩ ଜାନୁଆରିରେ ସତୀଗୁଡା ଜଳଭଣ୍ଡାରଠାରେ ନୌକା ଚାଳନା ପ୍ରତିଯୋଗୀତା ହେବ । ହକି ମହାକୁମ୍ଭ ସମୟରେ ଡିଏନକେ ଖେଳ ପଡିଆ ଠାରେ ହକି କ୍ରୀଡା ମଧ୍ୟ ଆୟୋଜନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଶୋଭା ଯାତ୍ରାକୁ ଭବ୍ୟ କରିବା ନେଇ ସ୍ଵୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନର ସଦସ୍ୟ, ଏନ୍ସିସି, ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ । ଏହି ବୈଠକକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଧୃବଚରଣ ମୁଦୁଲି ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କ୍ରିଡ଼ା ପ୍ରଶିକ୍ଷକ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.