
ହିଞ୍ଜିଳିକାଟୁ ୧୭।୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ମିନିଷ୍ଟାଡିୟମ ପରିଷରରେ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ହିଞ୍ଜିଳିକାଟୁ ବ୍ଳ ଉପାଧ୍ୟକ୍ଷ ସୂନିଲ କୁମାର ଗନ୍ତାୟତ ମୁଖ୍ୟଅତିଥି ଭାବେ ଯୋଗଦାନ କରି କ୍ରୀଡା ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ। ଜିଲ୍ଲା ଜୋଜନା ବୋର୍ଡ କମିଟି ମେମ୍ବର ଏନ ରଘୁନାଥ, ହିଞ୍ଜିଳିକାଟୁ ବ୍ଲକ ୬୭ ନଂ ଜୋନ ଜିଲ୍ଲା ପରିଷଦସଭ୍ୟା ବାଇ ଗୀତାଞ୍ଜଳି, ୬୮ ନଂ ଜିଲ୍ଲାପରିଷଦ ସଭ୍ୟ ଏ ସୁଦର୍ଶନ, ୬୯ ନଂ ଜିଲ୍ଲା ପରିଷଦସଭ୍ୟା ପ୍ରୀତି ସାହୁ, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ , ହିଞ୍ଜିଳିକାଟୁ ବ୍ଳକ ଵିଜେଡି ଯୁବ ସଭାପତି ମନୋଜ କୁମାର ସାବତ, ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ଵଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠୀ,ଶିକିରି ପଞ୍ଚାୟତ ସରପଞ୍ଚ ଶୁରେଶ ଵରଡ, ନନ୍ଦିକ ପଞ୍ଚାୟତ ସରପଞ୍ଚ କୃଷ୍ଣ ଭୋଳ, ଫୁଟିଆ ପଦର ପଞ୍ଚାୟତ ସରପଞ୍ଚ ସୁଦର୍ଶନ ରାଉତ, କଚୁଂରୁ ପଞ୍ଚାୟତ ସରପଞ୍ଚ ମଦନ ସେଠୀ, ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀ, ହିଞ୍ଜିଳିକାଟୁ ବିଜେଡି ନେତା ପ୍ରଦିପ କୁମାର ପଣ୍ଡା, ଅଜୟ କୁମାର ମହାରଣା ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ବ୍ଳକ ଅଧିନସ୍ଥ ବିଭିନ୍ନ ସରକାରୀ ସ୍ତରର ଥିବା ଵିଦ୍ୟାଳୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ,ହିଞ୍ଜିଳିକାଟୁ ମହାବିଦ୍ୟାଳୟ, ବେଲେଶ୍ବର ମହାବିଦ୍ୟାଳୟ ସହ ବେସରକାରୀ ବିଦ୍ୟାଳୟ ରୁ ଆସି ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଥିବା ୫୩୦ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସଙ୍ଗେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ପିଡି ଭି କିର୍ତ୍ତୀଭାସନ ଅପରାହ୍ନ ରେ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ରେ ଯୋଗଦେଈ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କର ଉନ୍ନତି ଭବିଷ୍ୟତ ପାଇଁ କ୍ରୀଡ଼ା ପ୍ରତିଭା ସେମାନଙ୍କ ଆଗକୁ ବଢ଼ାଇବା ପାଇଁ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ଗୋଷ୍ଟି ଶିକ୍ଷାଧିକାରୀ ଏସ ଗିରିଧର, ଏବିଇଓ ସୁସିଲ କୁମାର ପାତ୍ର, ବାଳକୃଷ୍ଣ ପାତ୍ର, ସିଆରସିସି ଅଖିଳ କୁମାର ପଣ୍ଡା, ଶିକ୍ଷକ ବଟକୃଷ୍ଣ ପଣ୍ଡା ,ବିଭୂତି ପଟ୍ଟନାୟକ, ଓ ଅମ୍ବିକା ପ୍ରସାଦ ଦାଶ ପରିଚାଳନା କରିବାରେ ମୁଖ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଅରୁଣ କୁମାର ସାମନତରା, ଚିନ୍ମୟ ସାହୁ, ଜିତେନ୍ଦ୍ର ମହାରଣା ,ସୁନିଲ ବେହେରା ଙ୍କ ସହ ସମସ୍ତ ସିଆରସିସି , ୯୬ ଗୋଟି ବିଦ୍ୟାଳୟର କ୍ରୀଡା ଶିକ୍ଷକ/ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ବେଳେ ଏନ୍ ସି ସି ଓ ସ୍କାଉଟ ଟିମ୍ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।