ଲଭର୍ସ ପଏଣ୍ଟରେ ବୁଡ଼ି ଯାଇଥିଲେ ୨ ପର୍ଯ୍ୟଟକ, ଉଦ୍ଧାର କଲେ ଗ୍ରାମବାସୀ

add-all

ଦାରିଙ୍ଗବାଡି ୧୮/୧୨ : ଓଡ଼ିଶାର କାଶ୍ମୀରୀ ଦାରିଙ୍ଗବାଡିରେ ଲଭର୍ସ ପଏଣ୍ଟ ଡଡୁବାଡ଼ା ନଦୀରେ ଅଘଟଣ। ପୁରୀରୁ ଆସିଥିବା ଦୁଇ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ନଦୀରୁ ୨ଜଣଙ୍କୁ ଉଦ୍ଧାର କରିଥିଲେ। ସୂଚନା ମୁତାବକ,ରବିବାର ଥିବାରୁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ପୁରୀ କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଡଡୁବାଡ଼ା ଲଭର୍ସ ପଏଣ୍ଟ ବୁଲିବାକୁ ଆସିଥିଲେ। ସେଠାରେ ଭୋଜି ଭାତରେ ମସଗୁଲ ଥିବା ବେଳେ ୨ ଜଣ ପର୍ଯ୍ୟଟକ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ଅଧିକ ଗଭୀର ଥିବା ଯୋଗୁଁ ବୁଡ଼ି ଯାଇଥିଲେ । ତେବେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ ।

ad-week
Leave A Reply

Your email address will not be published.