ତୀର୍ଥସ୍ଥଳୀ ଋଷୀମାଳକୁ ନୂତନ ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ

add-all

ଦାରିଙ୍ଗବାଡ଼ି ୧୮/୧୨ : ବହୁ ଦିନର ପ୍ରତୀକ୍ଷା ପରେ ବହୁ ପୁରାତନ ତୀର୍ଥସ୍ଥଳୀ ଋଷିମାଳକୁ ସବୁଦିନିଆ ରାସ୍ତା ନିର୍ମାଣ ନିମନ୍ତେ ବାଟ ଖୋଲିଛି । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଆଡ଼ିପଙ୍କା ଠାରୁ ଋଷିମାଳ ପର୍ୟ୍ୟନ୍ତ ପ୍ରାୟ ୧୫ କି.ମି ଦୀର୍ଘ ରାସ୍ତାର ଭିତ୍ତ ପ୍ରସ୍ତର ତାମାଙ୍ଗୀ ଠାରେ ନିର୍ମିତ ହୋଇଅଛି । ଏହି କାର୍ଯ୍ୟକୁ ମାନ୍ୟବର ଘୁ. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଉଦ୍-ଘାଟନ କରିଥିଲେ । ଏହି ଉତ୍ସବରେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଦୀପକ୍ କୁମାର ସାହୁ, ହାତୀମୁଣ୍ଡା ସରପଞ୍ଚ ଶ୍ରୀମତି ନିବେଦିତା କପାଟପାତ୍ର, ସମିତି ସଭ୍ୟା ଶ୍ରୀମତି ଶିବାନୀ ବିନ୍ଧାଣି, ଦାରିଙ୍ଗବାଡ଼ି ଆର ଡି ସହକାରୀ ଯନ୍ତ୍ରୀ ମନମଥ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ । ଏହି ରାସ୍ତା ହେଲେ ଋଷୀମାଳ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ବୋଲି ବିଧାୟକ ଦୃଢ଼ ଆଶା ପୋଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେଡିର ଯୁବ ସାଧାରଣ ସମ୍ପାଦକ ବାବୁନି ପଣ୍ଡା, ବ୍ଲକ ଉପ ସଭାପତି ଦେବଚନ୍ଦ୍ର ମଳିକ,ଟୁକୁନା ମହାନ୍ତି, ଚିନା ଦୋରା, ପ୍ରଦୀପ କୁମାର ବିନ୍ଧାଣି, ସୁରଥ ବଡ଼ନାୟକ, ହାଡ଼ୁବନ୍ଧୁ ରାଉତ ସହଯୋଗ କରିଥିଲେ । ଶେଷରେ ଋଷିମାଳ ମନ୍ଦିର ପୂଜାରୀ ଶ୍ରୀଯୁକ୍ତ ଦେବବ୍ରତ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଖୁସି ସାବ୍ୟସ୍ତ ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.