
ଫୁଲବାଣୀ : କନ୍ଧମାଳ ଜିଲ୍ଲା କେ ନୁଆଗାଁ ବ୍ଲକର ପେଣ୍ଡିପଡର ଗ୍ରାମରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ ମା ସିପାସରୁ ଯୁବକ ସଂଘ ପେଣ୍ଡିପଦରର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ବିଶିପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ବାମନା କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଜଳନ୍ଧର ବେହେରା ,ଶୈଳନ୍ଦ୍ର ପାଢ଼ୀ ସରପଞ୍ଚ କେଳପଡାର ସ୍ବର୍ଣ୍ଣ ଲତା ପ୍ରଧାନ, ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ଡିଗାଲ, ସୁରକ୍ଷା କର୍ମୀ ସେନା ବାହିନୀର ରଜନୀ କାନ୍ତ ପ୍ରଧାନ, ତ୍ରିନାଥ ବେଶୀ କହ୍ନର, ଆଦିବାସୀ ନେତା ବିସିକେଶନ ପ୍ରଧାନ, ବିଜୟ ମଲ୍ଲିକ, ଶିଖକ ମଞ୍ଜୁବାଳା ସାହାଣୀ, ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହରା ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ଫୁଟବଲ୍, ଭଲିବଲ, କବାଡି , ଦୋଉଦକୁଦ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଫାଇନାଲ ମ୍ୟାଚ ଟି କାଇଲମ୍ବା ଓ ସାରଙ୍ଗଡ଼ ଫୁଟବଲ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାଇଲମ୍ବା 1- 0 ଗୋଲ ରେ ସାରଙ୍ଗଡ଼କୁ ପରାସ୍ତ କରି ଚମ୍ପିୟାନ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟ ରେ ଉପସ୍ଥିତ ଥିବା କ୍ରୀଡ଼ା ପ୍ରେମୀ ଭାଇ ଭଉଣୀଙ୍କୁ ଅବଗତ କରାଇଥିଲେ । ଏହି ପ୍ରତିଯୋଗିତାରେ ବିଜୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚକୁ ରେଫରି ଭାବରେ ଅମିତ କୁମାର ବିଶୋଇ ରଞ୍ଜିତ ଏବଂ ଲାଇନ ମ୍ୟାନ ଭାବରେ ମିଲନ ବିଶୋଇ, ରବୀନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ । ବୈଠକରେ ମା ସିପାସରୁ ଯୁବକ ସଂଘର ସଭାପତି ରାଜ କିଶୋର ମଲ୍ଲିକ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ଉପସ୍ଥିତ କ୍ରୀଡ଼ା ପ୍ରେମୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସମ୍ପାଦକ କୃଷ୍ଣ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।